ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ମୋଟ ୨୧ହଜାର ୪ ଶହ ୮୬ଟି ରିଲିଫ କ୍ୟାମ୍ପ କରାଯାଇଛି । ସମୁଦାୟ ୬ ଲକ୍ଷ ୭୫ ହଜାର ୧ଶହ ୩୩ ଜଣ ଲୋକଙ୍କୁ ସେଠାରେ ରଖାଯାଇଛି । ସେଠାରେ ସମସ୍ତଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି ।
ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ଲକ ଡାଉନ ୮ମ ଦିନରେ ପହଞ୍ଚିଛି । ଦେଶରେ ଜରୁରୀକାଳୀନ ଦ୍ରବ୍ୟ ଓ ସେବା ବ୍ୟତୀତ ଅନ୍ୟ ସମସ୍ତ କାରବାର ବନ୍ଦ କରାଯାଇଛି । ନିଜ ରାଜ୍ୟକୁ ଫେରିବାକୁ ଉଦ୍ୟମ କରୁଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ବିଭିନ୍ନ ରାଜ୍ୟର ସୀମାରେ ଅଟକାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରାଯାଇ ସେମାନଙ୍କୁ ରଖାଯାଇଥିଲା । ଶ୍ରମିକ ମାନେ ଘରକୁ ଫେରିଲେ ରାଜ୍ୟରେ କୋରୋନା ବ୍ୟାପିବାର ଭୟ ଥିବାରୁ ସେମାନଙ୍କୁ ଅଟକା ଯାଇଥିଲା ।
@ANI