ନୂଆଦିଲ୍ଲୀ: 2021କୁ ଶିଶୁ ଶ୍ରମିକ ମୁକ୍ତ ଅନ୍ତରାଷ୍ଟ୍ରୀୟ ବର୍ଷ ଭାବେ ଘୋଷଣା କରାଯିବ । ମିଳିତ ଜାତିସଂଘର ସାଧାରଣ ପରିଷଦ (UNGA) ପକ୍ଷରୁ ଏ ନେଇ ଏକ ପ୍ରସ୍ତାବକୁ ସ୍ବୀକାର କରାଯାଇଛି । ଆଉ ଏହାର ଦାୟିତ୍ବ ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନକୁ ଦିଆଯାଇଛି । ସଂଗଠନ ଏହାର ନେତ୍ବତ୍ବ ନେଇ ଏହାକୁ କାର୍ଯ୍ୟକାରୀ କରିବ ।
ଏହି ସଂସ୍କାରମୂଳକ ପଦକ୍ଷେପର ସଦସ୍ୟ ରାଜ୍ୟ ଗୁଡିକ ଶିଶୁ ଶ୍ରମିକ ଉପରେ ରୋକ ଲଗାଇବାକୁ ଜୋର ଦେବେ । ବାଧ୍ୟ ହୋଇ କାମ କରୁଥିବା ଶିଶୁ, ଆଧୁନିକତା ନାଁର ଗୁଲାମୀ, ମାନବ ଚାଲାଣ ଆଦି ସମାପ୍ତ ପରିବାକୁ ପ୍ରୟାସ କରାଯିବ । ଯେପରି 2025 ସୁଦ୍ଧା ଶିଶୁ ଶ୍ରମିକ ନାଁରେ କୌଣସି ଚିହ୍ନବର୍ଣ୍ଣ ରହିବ ନାହିଁ ।
ବିଶ୍ବରୁ ଶିଶୁ ଶ୍ରମିକ ସଂଖ୍ୟାକୁ ସମୂଳେ ବିଲୁପ୍ତ କରିବାକୁ କେବଳ ରାଜ୍ୟ ନୁହେଁ ସମଗ୍ର ଦୁନିଆ ପ୍ରଚେଷ୍ଟା କରୁଛି । ଏଥିପାଇଁ ବ୍ୟାପକ ଆୟୋଜନ କାର୍ଯ୍ୟକ୍ରମ କରିବା ସହ ବହୁ ସଚେତନ କରାଯାଉଛି । ଏଥିରେ ମୁଖ୍ୟ ଭୂମିକା ଆର୍ଜେଟିନା ନିଭାଉଛି ।
‘ଆଶା ରହିଛି ଏହି ପ୍ରୟାସ ଓ ଏହି ବୈଷୟିକ ପ୍ରଗିତି ଆଗକୁ ସଫଳତାର ଶୀର୍ଷ ଛୁଇଁବ । ଯାହା ଫଳରେ କୌଣସି ମଧ୍ୟ ପିଲା ଶ୍ରମିକ କିମ୍ବା ଶୋଷଣର ଶିକାର ହେବ ନାହିଁ ।’ ଏ ନେଇ ସଂଯୁକ୍ତ ରାଷ୍ଟ୍ରର ପ୍ରତିନିଧି Martin Garcia Moritá କହିଛନ୍ତି ।