ଲସ୍ଆଞ୍ଜେଲସ୍: ଚଳିତ ବର୍ଷ ଓସ୍କାର ଆୱାର୍ଡରେ ରହିବେନି କୌଣସି ହୋଷ୍ଟ । କେଭିନ ହାର୍ଟଙ୍କୁ ହୋଷ୍ଟ ଭାବେ ନିୟୋଜିତ କରାଯାଇଥିବା ବେଳେ ସେ ନିଜେ ହୋଷ୍ଟିଂ କରିବାକୁ ମନା କରିଥିବାରୁ ଏଭଳି ନିଷ୍ପତ୍ତି ନେଇଛି ଓସ୍କାର ଆୟୋଜକ ।
ଆୱାର୍ଡ ପ୍ରୋଗ୍ରାମ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ସହ ଲୋକଙ୍କ ଦ୍ବାରା ଖୁବ ଆଦୃତ ହୋଇଥାଏ । ଆଉ ରହିଲା ଓସ୍କାର ଆୱାର୍ଡ, ଯାହାକୁ ଅପେକ୍ଷା କରି ରହିଥାନ୍ତି ଫିଲ୍ମ ନିର୍ମାତାଠୁ ଆରମ୍ଭ କରି ସେଥିରେ ଅଭିନୟ କରିଥିବା କଳାକାର । କଳାକାର ଦୁନିଆର ସବୁଠାରୁ ଶ୍ରେଷ୍ଠ ପୁରସ୍କାର ଓସ୍କାର । ପ୍ରତ୍ୟେକ 'ସୋ'କୁ ରୋମାଞ୍ଚକର କରିଥାନ୍ତି ହୋଷ୍ଟ । କିନ୍ତୁ ହୋଷ୍ଟ ବିହୀନ ଓସ୍କାର ଇତିହାସରେ ଦ୍ବିତୀୟ ଥର ହେବାକୁ ଯାଉଛି ।
ତେବେ କେଭିନ ହାର୍ଟ ସୋରୁ ଓହରିବାର କାରଣ ହେଉଛି ସେ 8 ବର୍ଷ ତଳେ ସମଲିଙ୍ଗୀକୁ ନେଇ ଏକ ଟ୍ବିଟ କରିଥିଲେ । ଯାହାକୁ ଏବେ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ତେଣୁ ଏହାକୁ ନେଇ ସେ ନିଜେ ହୋଷ୍ଟ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପରି ଘଟଣା 30 ବର୍ଷ ପରେ ପୁନରାବୃତ୍ତି ହୋଇଛି ।