ETV Bharat / bharat

ପୁଣି ନିର୍ଭୟା ଦୋଷୀଙ୍କ ଚାଲାକି, ଫାଶୀ ସ୍ଥଗିତ ରଖିବାକୁ ଆଇସିଜେରେ ଆବେଦନ

author img

By

Published : Mar 16, 2020, 5:19 PM IST

Updated : Mar 16, 2020, 11:21 PM IST

ଫାଶୀଦଣ୍ଡକୁ ସ୍ଥଗିତ ରଖିବା ପାଇଁ ନିର୍ଭୟା ଦୋଷୀମାନେ ଇଣ୍ଟର ନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ICJ)ରେ ଆବେଦନ କରିଛନ୍ତି । ଅଧିକ ପଢନ୍ତୁ...

2012 Delhi gang rape case: Three convicts have approached the ICJ seeking stay on the execution of their death sentence
ପୁଣି ନିର୍ଭୟା ଦୋଷୀଙ୍କ ଚାଲାକି, ଫାଶୀ ସ୍ଥଗିତ ରଖିବାକୁ ଆଇସିଜେରେ କଲେ ଆବେଦନ

ନୂଆଦିଲ୍ଲୀ: ଫାଶୀରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀମାନେ ନୂଆ ଚାଲ ଖେଳିଛନ୍ତି । ଫାଶୀଦଣ୍ଡକୁ ସ୍ଥଗିତ ରଖିବା ପାଇଁ ସେମାନେ ଇଣ୍ଟର ନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ICJ)ରେ ଆବେଦନ କରିଛନ୍ତି । ଆବେଦନ କରିଥିବା ଦୋଷୀ ମାନେ ହେଲେ ଅକ୍ଷୟ, ପୱନ ଓ ବିନୟ ।

ସେହିପରି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂ ଏହି ମାମଲାକୁ ଭାରତୀୟ ବଂଶୋଦ୍ଭବ ଓ ସେମାନଙ୍କ ସଂଗଠନ ମାନେ ଆଇସିଜେରେ ଆବେଦନ କରିଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘ଭାରତୀୟ ବଂଶୋଦ୍ଭବ, ସେମାନଙ୍କ ସଂଗଠନ ମାନେ ଏହି ମାମଲା ଉପରେ ନଜର ରଖିଥିଲେ । ସଂଗଠନ ମାନଙ୍କ ଦ୍ବାରା ପିଟିସନର ନକଲ ହସ୍ତଗତ ହୋଇଥିବା ବେଳେ ​​ଯାହାକୁ ଆଇସିଜେରେ ଆବେଦନ କରାଯିବ । ଆମେ ଭାରତୀୟ ନ୍ୟାୟପାଳିକା ଉପରେ ବିଶ୍ବାସ କରୁ କିନ୍ତୁ ସେମାନେ ତାହା କରନ୍ତି ନାହିଁ, ତେଣୁ ସେମାନେ ଆଇସିଜେର ଦ୍ବାରସ୍ଥ ହୋଇଛନ୍ତି ।’

ଅପରପକ୍ଷେ ସୁପ୍ରିମକୋର୍ଟରେ ଆଜି ମୁକେଶର ଯାଚିକା ଖାରଜ ହେଇଛି । ସେ ନିଜ ପୂର୍ବ ଓକିଲଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲା । ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହାର ବିଚାର କରିବା ସହ ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀର ଏକ କୋର୍ଟ ନିର୍ଭୟା ଦୋଷୀଙ୍କୁ ଆସନ୍ତା 20ରେ ଫାଶୀ ଦିଆଯିବାକୁ ବ୍ଲାକ ୱାରେଣ୍ଟ ଜାରି କରିଛି । ବହୁବାର ଡେଥ ୱାରେଣ୍ଟ ଜାରି ପରେ ବିଭିନ୍ନ କାରଣ ପାଇଁ ଫାଶୀ ଦିଆଯାଇପାରିନାହିଁ ।

@ANI

Last Updated : Mar 16, 2020, 11:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.