ETV Bharat / bharat

ପୋଲିସ ମାଡ ମାରିବା ଘଟଣା: ମାମଲା ରୁଜୁ ପାଇଁ ପୱନ ହାଇକୋର୍ଟଙ୍କ ଦ୍ବାରସ୍ଥ - ପୋଲିସ ମାଡ ମାରିବା ଘଟଣା

ନିର୍ଭୟା ଦୋଷୀ ପୱନ ମଣ୍ଡୋଲି ଜେଲରେ 2 କର୍ମଚାରୀ ମାଡ ମାରିଥିବା ଅଭିଯୋଗ ଆଣିବା ସହ ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛି । ଅଧିକ ପଢନ୍ତୁ...

2012 Delhi gang rape case: One of the death row convicts,Pawan moves Delhi court seeking registration of FIR against 2 policemen of Mandoli jail
ପୋଲିସ ମାଡ ମାରିବା ଘଟଣା: ମାମଲା ରୁଜୁ ପାଇଁ ପୱନ ହାଇକୋର୍ଟଙ୍କ ଦ୍ବାରସ୍ଥ
author img

By

Published : Mar 11, 2020, 7:20 PM IST

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପୱନ ମଣ୍ଡୋଲିକୁ ଜେଲରେ 2 କର୍ମଚାରୀ ମାଡ ମାରିଥିବା ଅଭିଯୋଗ ଆଣିବା ସହ ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛି । ଏହି ଘଟଣାରେ ଦିଲ୍ଲୀ ହାଇକୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛି । ଏହି ନୋଟିସର ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି । ଏହି ମାମଲାକୁ ଆସନ୍ତାକାଲି ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମରୁ ନିର୍ଭୟା ଦୋଷୀ ପୱନ ମଣ୍ଡୋଲି ଜେଲରେ ରହୁଥିବା ବେଳେ ପରବର୍ତ୍ତୀ ସମୟରେ ତାକୁ ତିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମଣ୍ଡୋଲି ଜେଲରେ 2 ଜଣ ପୋଲିସ କର୍ମଚାରୀ ତାକୁ ମାଡ ମାରିବା ସହ ମୁଣ୍ଡକୁ ଆଘାତ କରିଥିବା ପୱନ ଅଭିଯୋଗ ଆଣିଛି ।

ପୂର୍ବରୁ ନିର୍ଭୟା ମାମଲାର ଦୋଷୀ ବିନୟ ଶର୍ମା ଦଣ୍ଡ କୋହଳ କରିବାକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ପାଖରେ ଆବେଦନ କରିଛି । ନିଜ ଓକିଲ ଜରିଆରେ ସେ ଏହି ଅଭିଯୋଗ କରିଛି । ତେବେ ନିର୍ଭୟା ଦୋଷୀମାନଙ୍କୁ ଆସନ୍ତା 20 ତାରିଖରେ ଫାଶୀ ଦେବା ପାଇଁ ନୂଆ ଡେଥ ୱାରେଣ୍ଟ ଜାରି କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.