ଗାନ୍ଧୀନଗର: 2002 ମସିହାରେ ଗୁଜରାଟରେ ହୋଇଥିବା ଦଙ୍ଗାକୁ ନେଇ ଜଷ୍ଟିସ ନାନାବତୀ-ମୋହତା ଆୟୋଗର ରିପୋର୍ଟ ତଥା ଅନ୍ତିମ ରିପୋର୍ଟ ବୁଧବାର ରାଜ୍ୟ ବିଧାନସଭାରେ ଉପସ୍ଥାପନା କରାଯିବ । 2009 ସେପ୍ଟେମ୍ବର 25 ତାରିଖରେ ଆୟୋଗ ରିପୋର୍ଟର ପ୍ରଥମ ଭାଗ ଗୁଜରାଟ ବିଧାନସଭାରେ ଉପସ୍ଥାପନା କରାଯାଇଥିଲା । ଗୋଧରା କାଣ୍ଡ ଏବଂ ପରେ ଉତ୍ତର ପ୍ରଦେଶରେ ହୋଇଥିବା ଦଙ୍ଗାର ତଦନ୍ତ ପାଇଁ ଏହି ଆୟୋଗକୁ ଗଠନ କରାଯାଇଥିଲା ।
2014 ନଭେମ୍ବର 18 ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲଙ୍କୁ ନାନାବତୀ- ମୋହତା ଆୟୋଗ ନିଜର ଅନ୍ତିମ ରିପୋର୍ଟ ଦେଇଥିଲେ । ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ରିପୋର୍ଟଟି ରାଜ୍ୟସରକାରଙ୍କ ନିକଟରେ ଥିଲା । ରାଜ୍ୟସରକାର ଗୁଜରାଟ ହାଇକୋର୍ଟଙ୍କୁ କହିଥିଲେ ଯେ ସେ ଆସନ୍ତା ବିଧାନସଭା ଅଧିବେଶନରେ ଉକ୍ତ ରିପୋର୍ଟକୁ ଉପସ୍ଥାପନା କରିବେ । ଯାହାର ସମୟ ଏବେ ଆସିଯାଇଛି ।
ଗୁଜରାଟର ପୂର୍ବ ଆଇପିଏସ ଅଧିକାରୀ ଆର ବି ଶ୍ରୀକୁମାରଙ୍କ ଯାଚିକାକୁ ନେଇ ରାଜ୍ୟସରକାର ଆଶ୍ବସନା ଦେଇଥିଲେ । ରାଜ୍ୟସରକାର ଏହି ରିପୋର୍ଟକୁ ସାର୍ବଜନୀନ କରାଯିବା ନେଇ ଆଦେଶ ଦିଆଯାଉ ବୋଲି ଶ୍ରୀକୁମାର ହାଇକୋର୍ଟରେ ଅପିଲ କରିଥିଲେ । ଶ୍ରୀକୁମାର ଗୁଜରାଟର ପୂର୍ବ ପୋଲିସ ମହାନିର୍ଦ୍ଦେଶକ ଥିଲେ ।