ବାରଣାସୀ: ଉତ୍ତର ପ୍ରଦେଶର ଐତିହ୍ୟ ଓ ସଂସ୍କୃତିର ରାଜଧାନୀ କାଶୀ । କାଶୀ ଏମିତି ଏକ ସହର ଯାହାର ନାଁ ଶୁଣିଲେ ପ୍ରତିଟି ଭାରତୀୟଙ୍କ ମନରେ ବୁଲିଯିବାର ଭାବନା ସୃଷ୍ଟି ହୁଏ । ବିଶ୍ବର ପ୍ରାଚୀନ ସହର ମଧ୍ୟରେ ଏହା ହେଉଛି ଅନ୍ୟତମ ସହର । ଯାହାର ସହର, ଗାଁ ଗଳିକନ୍ଦିରେ ମନ୍ଦିର ଥିବା ଦେଖିବାକୁ ମିଳେ । ଏହି ସହରରେ ଅନେକ ଛୋଟବଡ଼ ମନ୍ଦିର ଦେଖିବାକୁ ମିଳେ । ତେବେ ସେଠାରେ ଗୁରୁଧାମ ମନ୍ଦିର ଅଛି ଯାହା ଐତିହ୍ୟ ଓ ସଂସ୍କୃତିକୁ ବହନ କରେ ।
ଜାଣନ୍ତୁ ଗୁରୁଧାମ ମନ୍ଦିରର ଇତିହାସ
ଭେଲୁପୁର ଥାନା ଅନ୍ତର୍ଗତ ଗୁରୁଧାମ ଅଞ୍ଚଳରେ ଅଛି ଏହି ମନ୍ଦିର । 200 ବର୍ଷର ପୁରୁଣା ଏହି ମନ୍ଦିର । ଇତିହାସ କହେ 1814 ମସିହାରେ ମହାରାଜ ଜୟନାରାୟଣ ଘୋଷାଲ ଏହି ମନ୍ଦିରର ନିର୍ମାଣ କରିଥିଲେ । କୁହାଯାଏ ଯୋଗ ଦ୍ବାରା ଈଶ୍ବରଙ୍କ ପ୍ରାପ୍ତି ହୋଇ ଲୋକେ ପୂଣ୍ୟ ପ୍ରାପ୍ତି କରୁଥିଲେ । କୁହାଯାଏ ଏହି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ଯୋଗ ସାଧନାର ପ୍ରମୁଖ ପୀଠସ୍ଥଳ ରହୁଥିଲା ।
ଅଧିକ ପଢନ୍ତୁ: LIVE UPDATE: ପାଟକୁରା ନିର୍ବାଚନ ଫଳାଫଳ
- ଏହି ମନ୍ଦିରରେ 84ଟି ଖୁମ୍ବ ଥିଲା । ଯାହାକୁ ଆଧାର କରି ଏହି ମନ୍ଦିରର ନାମ ଅଷ୍ଟକୋଣ ନାମରେ ମଧ୍ୟ ନାମିତ ହୋଇଥିଲା ।
- ମନ୍ଦିରର ଆଠଟି ଦ୍ବାର ମଧ୍ୟରୁ ଗୋଟିଏ ଦ୍ବାର ଗୁରୁଦ୍ବାର ନାମରେ ନାମିତ ଥିବା ବେଳେ ଅନ୍ୟ ଦ୍ବାର ଗୁଡିକ ସପ୍ତପୁରୀ ନାମରେ ନାମିତ ଥିଲା ।
- ଏହି ନାମ ଗୁଡ଼ିକ ଅଯୋଧ୍ୟା, ମଥୁରା, ମାୟା, କାଶୀ, କାଞ୍ଚି, ଅବନ୍ତିକା ଏବଂ ପୁରୀ ଥିଲା ।
- ଗୁରୁଧାମ ମନ୍ଦିର 56ଟି ବିମ ଉପରେ ରହିଥିଲା ।
- ମନ୍ଦିର ମଧ୍ୟରେ ଛୋଟଛୋଟ ପଥର ଖଣ୍ଡର ମୂର୍ତ୍ତି ରହିଛି । ମୌନ ଯୋଗ ପାଇଁ ଏହାକୁ ବ୍ୟବହାର କରାଯାଏ ।
ଏହି ମନ୍ଦିରର ନିର୍ମାଣ ପଶ୍ଚିମବଙ୍ଗର ରାଜା ଜୟନାରାୟଣ ଘୋଷାଲ କରିଥିଲେ । 1814 ମସିହାରେ ନିର୍ମାଣ ହୋଇଥିବା ଏହିମନ୍ଦିରର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିଖୁଣ । ତେବେ ଏହି ମନ୍ଦିରର କାନ୍ଥରେ ନିର୍ମିତ ହୋଇଥିବା କାରୁକାର୍ଯ୍ୟ ଅନେକ ଭାବକୁ ପ୍ରକାଶ କରୁଛି ।