ଗୌହାଟି: ମଙ୍ଗଳବାର ଆସାମରେ ବିଭିନ୍ନ ସ୍ଥାନରେ ଭୟଙ୍କର ଭୂସ୍ଖଳନ ଘଟି 24 ଘଣ୍ଟାରେ ପ୍ରାୟ 20 ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମଧ୍ୟରେ ଅଧିକାଂଶ ଦକ୍ଷିଣ ଆସାମର 3 ଅଲଗା ଅଲଗା ଜିଲ୍ଲାର ।
ଦକ୍ଷିଣ ଆସାମର ବରାକ ଘାଟିରେ ଅଧିକ ଭୂସ୍ଖଳନ ହୋଇଛି । ଏଠାରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ହେଉଛି । ତେବେ ମୃତକ ମାନଙ୍କ ମଧ୍ୟରେ କଚର ଜିଲ୍ଲାର 7, କରିମଗଞ୍ଜ ଜିଲ୍ଲାରେ 6 ଓ ହେଲାକାଣ୍ଡି ଜିଲ୍ଲାରେ 7 ଜଣ ରହିଛନ୍ତି ।