କୋଲକାତା: ପଶ୍ଚିମବଙ୍ଗରେ 2 ବର୍ଷର ଶିଶୁ କନ୍ୟା କର୍କଟ ରୋଗରେ ମୃତ୍ୟୁ ବରଣ କରିଛି । କୋରୋନା ଜୀବାଣୁ ବିସ୍ତାର ହେତୁ ତାର ଉପଯୁକ୍ତ ଚିକିତ୍ସା ହୋଇନ ପାରିବାରୁ ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଝିଅର ପରିବାର ପକ୍ଷରୁ କୁହାଯାଇଛିଯେ, ଯେ ଯଦି କୋରୋନା ମହାମାରୀ ବ୍ୟାପି ନଥାନ୍ତା ତେବେ ତାଙ୍କ ଝିଅ ବଞ୍ଚିଯାଇଥାନ୍ତା ।
ଝିଅର ବାପା ବିଶ୍ୱଜିତ ସାହା କହିଛନ୍ତି ଯେ, ସେ ଅସୁସ୍ଥ ଝିଅକୁ ନେଇ ସବୁଆଡେ ଯାଇଥିଲେ କିନ୍ତୁ କୌଣସି ସାହାଯ୍ୟ ମିଳିନଥିଲା। ଲକଡାଉନ ସମୟରେ ଝିଅର ପରିବାର ସଦସ୍ୟ ତାଙ୍କୁ ରିକ୍ସା ଧରି ଗୋଟିଏ ପରେ ଗୋଟିଏ ଡାକ୍ତରଖାନା ଘୁରୁ ବୁଲିଥିଲେ କିନ୍ତୁ ସେମାନଙ୍କ କଥା କେହି ଶୁଣିନଥିଲେ । ଝିଅଟିର ଷ୍ଟୋମାକ କ୍ୟାନସରରେ ପୀଡିତ ଥିଲା, କିନ୍ତୁ ପରିବାର ସଦସ୍ୟ ଆଶା କରିଥିଲେ ଯେ ଯଦି ସେ ଠିକ୍ ଚିକିତ୍ସା ପାଇଥାନ୍ତେ ତେବେ ସେ ବଞ୍ଚିଯାଇଥାନ୍ତା ।
ଏହାପୂର୍ବରୁ ଡାକ୍ତରମାନେ ଅସୁସ୍ଥ ଝିଅକୁ କେମୋଥେରାପି ଦେବାକୁ ପରାମର୍ଶ ଦେଇଥିଲେ। ଗତ ବର୍ଷ ଡିସେମ୍ବରରେ ସେ କୋଲକାତା ମେଡିକାଲ କଲେଜରେ ପେଟରେ ଟ୍ୟୁମର ପାଇଁ ଅପରେସନ କରିଥିଲେ। କିଛି ମାସ ପୂର୍ବେ ତାଙ୍କୁ ପ୍ରଥମ ଥର ପାଇଁ କେମୋଥେରାପି ଦିଆଯାଇଥିଲା କିନ୍ତୁ ଲକଡାଉନ ସମୟରେ ତାଙ୍କ ଅବସ୍ଥା ଆହୁରି ବିଗିଡି ଯାଇଥିଲା।
ମୃତ ଝିଅର ବାପା ବିଶ୍ୱଜିତ ସାହା କହିଛନ୍ତି ଯେ,"ଆମକୁ କୋଲକାତା ମେଡିକାଲ କଲେଜ ଯିବାକୁ କୁହାଯାଇଥିଲା କାରଣ ପ୍ରଥମ ଅପରେସନ ସେଇଠାରେ ହୋଇଥିଲା । ଆମେ କହିଲୁ କୋଲକାତା ମେଡିକାଲ କଲେଜକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି। ଏତେ କଥା କହିବା ସତ୍ତ୍ବେ ଆମ କଥା ଶୁଣିନଥିଲେ"। ତେବେ ସାହା ଅତି ଗରିବ ହୋଇଥିବାବେଳେ ସେ ଏକ ରିକ୍ସା ଚଳାଇ ପରିବାର ପୋଷିଥାନ୍ତି । କୋଲକାତା ବିମାନବନ୍ଦର ଠାରୁ 20 କିଲୋମିଟର ଦୂରରେ ଥିବା ବାମଗାଛିରେ ପୁରା ପରିବାର ବାସ କରନ୍ତି ।