ETV Bharat / bharat

କାନପୁର ଏନକାଉଣ୍ଟର ଘଟଣାରେ 2 ପୋଲିସ ଅଧିକାରୀ ଗିରଫ

author img

By

Published : Jul 8, 2020, 5:57 PM IST

କାନପୁର ଏନକାଉଣ୍ଟର ଘଟଣାରେ ଦୁଇ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି । ମୁ୍ଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ସହଯୋଗ ନେଇ ଏମାନଙ୍କ ଉପରେ ରହିଛି ଅଭିଯୋଗ । ଅଧିକ ପଢନ୍ତୁ...

କାନପୁର ଏନକାଉଣ୍ଟର ଘଟଣାରେ 2 ପୋଲିସ ଅଧିକାରୀ ଗିରଫ
କାନପୁର ଏନକାଉଣ୍ଟର ଘଟଣାରେ 2 ପୋଲିସ ଅଧିକାରୀ ଗିରଫ

ଲକ୍ଷ୍ନୌ: କାନପୁର ଏନକାଉଣ୍ଟର ଘଟଣାରେ ଦୁଇ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ଚୌବେପୁର ଥାନାର ନିଲମ୍ବିତ ଏସଓ ବିନୟ ତିଓ୍ବାରୀ ଏବଂ ବିଟ ପ୍ରଭାରୀ କେକେ ଶର୍ମା ଗରଫ ହୋଇଛନ୍ତି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ସହଯୋଗ କରିଥିବା ଅଭିଯୋଗରେ ଏହି ଦୁଇ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ।

ବିନାୟ ତିଓ୍ବାରୀଙ୍କୁ ବୁଧବାର ଏସଟିଏଫ ପଚରାଉଚୁରା କରିଛି । ଏହାପରେ ତାଙ୍କୁ ଓ କେକେ ଶର୍ମାଙ୍କୁ ଗିରଫ କରାଯାଇଛି । ଘଟଣା ଦିନ ଏମାନେ ଏନକାଉଣ୍ଟର ଘଟିଥିବା ସ୍ଥାନରେ ଉପସ୍ଥିତ ଥିବାବେଳେ ଅପରେସନନ ସମୟରେ ହିଁ ସେଠାରୁ ଫେରାର ହୋଇଯାଇଥିଲେ ବୋଲି କାନପୁର ଆଇଜି ମୋହିତ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ।

ଘଟଣା ଦିନରୁ ହିଁ ଅଭିଯୁକ୍ତ ବିକାଶ ଦୁବେକୁ ସହଯୋଗ କରିଥିବା ନେଇ ଏହି ଦୁଇ ପୋଲିସ ଅଧିକାରୀଙ୍କୁ ଉପରେ ସନ୍ଦେହ କରାଯାଉଥିଲା । ରେଡର ଅବ୍ୟବହିତ ପୂର୍ବରୁ ବିକାଶ ଦୁବେଙ୍କୁ ଏ ସମ୍ପର୍କରେ ଅବଗତ କରାଇଦେଇଥିଲେ ଏହି 2 ପୋଲିସ ଅଫିସର । ଏନେଇ ସେ ଆଲର୍ଟ ହୋଇଯାଇଥିଲା ବୋଲି କହିଛନ୍ତି କାନପୁର ଏଏସପି ଦିନେଶ ପ୍ରଭୁ । ତେବେ କାନପୁର ଘଟଣାରେ 8 ଜଣ ପୋଲିସ ଶହୀଦ ହୋଇଥିଲେ । ସେପଟେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଖୁ ଧରିବା ପାଇଁ ଛାନଭିନ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.