ETV Bharat / bharat

ଆଉ 2 ରେଳ ମନ୍ତ୍ରଣାଳୟ ଅଧିକାରୀ କୋରୋନା ସଂକ୍ରମିତ - ରେଳ ମନ୍ତ୍ରଣାଳୟ ଅଧିକାରୀ କୋରୋନା

ଗୁରୁବାର ରେଳ ମନ୍ତ୍ରଣାଳୟର ଆଉ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ କୋରୋନା ରିପୋର୍ଟ ପଜିଟିଭ ରହିଛି । ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଗତ ଜୁନ୍ 1ରେ ରେଳ ଭବନର ତୃତୀୟ ମହଲାରେ କାର୍ଯ୍ୟାଳୟ ପରିଦର୍ଶନ କରିଥିବା ଜଣେ ବରିଷ୍ଠ ଅଧିକାରୀ ବୁଧବାର କୋଭିଡ ପାଇଁ ପରୀକ୍ଷା କରିଥିଲେ । ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

ରେଳ ମନ୍ତ୍ରଣାଳୟ ଅଧିକାରୀ
ରେଳ ମନ୍ତ୍ରଣାଳୟ ଅଧିକାରୀ
author img

By

Published : Jun 4, 2020, 9:55 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗୁଛି । ଏହିକ୍ରମରେ ଗୁରୁବାର ରେଳ ମନ୍ତ୍ରଣାଳୟର ଆଉ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ କୋରୋନା ରିପୋର୍ଟ ପଜିଟିଭ ରହିଛି ।

ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଗତ ଜୁନ୍ 1 ରେ ରେଳ ଭବନର ତୃତୀୟ ମହଲାରେ କାର୍ଯ୍ୟାଳୟ ପରିଦର୍ଶନ କରିଥିବା ଜଣେ ବରିଷ୍ଠ ଅଧିକାରୀ ବୁଧବାର କୋଭିଡ ପାଇଁ ପରୀକ୍ଷା କରିଥିଲେ । ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

ରେଳବାଇ ବୋର୍ଡ ଚେୟାରମ୍ୟାନ୍ ସେଲରେ ପୋଷ୍ଟ ହୋଇଥିବା ଏବଂ ଗତ ମେ 21 ରେ କାର୍ଯ୍ୟାଳୟରେ ଯୋଗ ଦେଇଥିବା ଅନ୍ୟ ଜଣେ ଅଧିକାରୀ ବୁଧବାର ସଂକ୍ରମିତ ରହିଥିଲେ । ଏହା ପରେ ରେଳବାଇ ସେମାନଙ୍କ ସହ ଯୋଗାଯୋଗରେ ଆସିଥିବା ଚାରିଜଣ ବରିଷ୍ଠ ଅଧିକାରୀଙ୍କୁ ଚିହ୍ନଟ କରିଥିଲା ଏବଂ ସମସ୍ତଙ୍କୁ ହୋମକ୍ବାରେଣ୍ଟାଇନରେ ଯିବାକୁ କୁହାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ଭାରତୀୟ ରେଳବାଇର ମୁଖ୍ୟାଳୟ ଥିବା ରେଳ ଭବନରେ କୋଭିଡ -19 ପାଇଁ ପରୀକ୍ଷା କରୁଥିବା ଆଉ ଦୁଇଜଣ ଅଧିକାରୀ ସଂକ୍ରମିତ ହେବା ପରେ ମୋଟ ଆକ୍ରାନ୍ତ ଅଧିକାରୀଙ୍କ ସଂଖ୍ୟା 11ରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.