ETV Bharat / bharat

‘ବିମାନବନ୍ଦରରେ ହୋଇଛି 2ଲକ୍ଷ 50 ହଜାର ଲୋକଙ୍କ ଯାଞ୍ଚ’ - 2 lakh 50 thousand passengers faced corona screening

କୋରୋନା ଭାଇରସର ମୁକାବିଲା କରିବା ପାଇଁ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 51 ହଜାର 4 ଶହ ଜଣ ବିମାନ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

2 lakh 50 thousand passengers faced corona screening in airport
ବିମାନବନ୍ଦରରେ 2 ଲକ୍ଷ 50 ହଜାର ଲୋକଙ୍କୁ କୋରୋନା ସ୍କ୍ରିନିଂ
author img

By

Published : Feb 13, 2020, 11:38 PM IST

ନୂଆଦିଲ୍ଲୀ: କୋରୋନା ଭାଇରସର ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 51 ହଜାର 4 ଶହ ଜଣ ବିମାନ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଛି । ଏହା ସହ 12ଟି ପ୍ରମୁଖ ଓ 65ଟି ଛୋଟ ବନ୍ଦରରେ ଯାଞ୍ଚ କରାଯାଉଛି । ସେହିପରି ଭାରତ ସରକାରଙ୍କ ପକ୍ଷରୁ ଚୀନକୁ ଡାକ୍ତରୀ ସାମଗ୍ରୀ, ଉପକରଣ ପ୍ରଦାନ କରାଯାଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି । ସରକାର କୋରୋନା ପାଇଁ ବିଶେଷ ଧ୍ୟାନ ଦେଉଥିବାରୁ ଏଥିପାଇଁ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି, ପ୍ରତି ମିନିଟରେ ଭାରତରେ 3 ଜଣ କୋରୋନା ସନ୍ଦିଗ୍ଧଙ୍କ ମେଡିକାଲ ଯାଞ୍ଚ କରାଯାଉଛି । ସେମାନେ କେଉଁ ସ୍ଥାନରୁ ଆସିଛନ୍ତି ତଥା ପୂର୍ବରୁ କେଉଁ ସ୍ଥାନକୁ ଯାଇଥିଲେ ଆଦି ବିଭିନ୍ନ ତଥ୍ୟ ଆଦାୟ କରାଯାଉଛି । ସରକାରୀସ୍ତରରେ କୋରୋନାକୁ ରୋକିବାକୁ ବିଶେଷ ପଦକ୍ଷେପ ନିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି ।

ସେହିଭଳି ଜାପାନର ଡାଇମଣ୍ଡ ପ୍ରିନ୍‌ସେସ ଜାହାଜରେ ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ସେଥିରେ ଥିବା 2 ଜଣ ଭାରତୀୟ ନାବିକ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ବୈଦେଶିକ ମନ୍ତ୍ରଣାଳୟ ତୀକ୍ଷ୍ଣ ନଜର ରଖିଛି । ସେହିପରି ଅନ୍ୟ 402 ଜଣ ଲୋକଙ୍କ ନମୁନା ନେଗେଟିଭ ରହିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

@ANI

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.