ETV Bharat / bharat

ଡାୟମଣ୍ଡ ପ୍ରିନ୍ସେସ ଜାହାଜରେ କୋରନାରେ ଆକ୍ରାନ୍ତ 2 ଭାରତୀୟ କ୍ରୁ

author img

By

Published : Feb 12, 2020, 9:12 PM IST

ଜାପାନର ସମୁଦ୍ରକୂଳ ଠାରୁ କିଛି ଦୂରରେ ଥିବା ଡାୟମଣ୍ଡ ପ୍ରିନ୍ସେସ ଜାହାଜର 2 ଭାରତୀୟ କ୍ର୍ୟୁ ମେମ୍ବର କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ସୂଚନା । ଜାହାଜରେ 174 ଜଣଙ୍କ ମଧ୍ୟରେ ଭାଇରସ ପଜିଟିଭ ବାହାରିଛି । ଅଧିକ ପଢନ୍ତୁ...

ଡାୟମଣ୍ଡ ପ୍ରିନ୍ସେସ ଜାହାଜରେ 2 ଭାରତୀୟ କ୍ରୁ କୋରନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଚୀନରେ ଧିରେ ଧିରେ କାୟା ବିସ୍ତାର କରିବାକୁ ଲାଗିଛି କୋରୋନା ଭାଇରସ । ଏହି ଭାଇରସ ଧିରେ ଧିରେ ସାରା ବିଶ୍ବରେ ବ୍ୟାପିବାକୁ ଲାଗିଲାଣି । ଏପରିସ୍ଥିତିରେ ଜାପାନର ସମୁଦ୍ରକୂଳ ଠାରୁ କିଛି ଦୂରରେ ଥିବା ଡାୟମଣ୍ଡ ପ୍ରିନ୍ସେସ ଜାହାଜର 2 ଭାରତୀୟ କ୍ର୍ୟୁ ମେମ୍ବର କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ଜାହାଜରେ 174 ଜଣଙ୍କ ମଧ୍ୟରେ ଭାଇରସ ପଜିଟିଭ ବାହାରିଛି ।

ଜାପାନର ସମୁଦ୍ର ମଧ୍ୟରେ ଥିବା ଡାୟମଣ୍ଡ ପ୍ରିନ୍ସେସ ଜାହାଜରେ 2 ଭାରତୀୟ କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହେବା ଖବର ଜାଣିବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍‌ ରିଲିଜ ଜାରି କରାଯାଇଛି । ମନ୍ତ୍ରଣାଳୟର କହିବା ଅନୁସାରେ ଜାପାନର ଓକହାମା ସମୁଦ୍ରକୂଳଠୁ କିଛି ଦୂରରେ ଡାୟମଣ୍ଡ ପ୍ରିନ୍ସେସ କ୍ରୁଜ ଜାହାଜକୁ ଲଙ୍ଗର ସାହାଯ୍ୟରେ ଅଟକାଇ ରଖାଯାଇଛି । ଜାହାଜରେ ମୋଟ 3,711 ଯାତ୍ରୀ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ 2,666 ଜଣ ଅତିଥି ଯାତ୍ରୀ ଓ 1045 ଜଣ କ୍ର୍ୟୁ ମେମ୍ବରର ଅଛନ୍ତି ।

ଏହି ଜାହାଜରେ 132 ଜଣ ଭାରତୀୟ କ୍ର୍ୟୁ ମେମ୍ବର ଓ 6 ଜଣ ଭାରତୀୟ ଯାତ୍ରୀ ଅଛନ୍ତି । କୋରୋନା ଭାଇରସ ସଂକ୍ରମଣ ସନ୍ଦେହ କାରଣରୁ ଜାହାଜକୁ 19 ଫେବୃଆରୀ ଯାଏଁ କ୍ବାରେଣ୍ଟାଇନ ପାଇଁ ସମୁଦ୍ର ମଧ୍ୟରେ ରଖାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.