ମୁମ୍ବାଇ : ଭିଡିଓ ଆପ ଟିକଟକକୁ ନେଇ ଶେଷ ହେଉନି ବିବାଦ। ଆଜି କାଲିର ଯୁବପିଢୀ ଏହି ଆପର ଅପବ୍ୟବହାରକୁ ନେଇ କିଛି ଦିନ ତଳେ ଟିକଟକ ଉପରେ କଟକଣା ଲଗାଯାଇଥିଲା। ହେଲେ କିଛି ଦିନ ପରେ ଏହି କଟକଣାକୁ ହଟାଇ ଦିଆଯାଇଥିଲା। ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ କିଛି ଯୁବକ ଖଣ୍ଡା ଧରି ଟିକଟକରେ ନାଚୁଥିଲେ। ଆଉ ଏହି ଭିଡିଓ ଦେଖିବା ପରେ ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ।
ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏହି ଘଟଣା। 4 ଜଣ ଯୁବକ ହାତରେ ଖଣ୍ଡା ଧରି ନାଚୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ 4 ଜଣଙ୍କ ନାମରେ ମାମଲା ରୁଜୁ କରିଛି । ସେମାନଙ୍କ ଭିତରୁ ପୋଲିସ 2 ଜଣଙ୍କୁ ଗିରଫ କରିଛି । ତେବେ ତଦନ୍ତରୁ ଜଣାପଡିଛି ଯେ, ଲୋକଙ୍କୁ ଡରାଇବା ପାଇଁ ଏହି ଯୁବକ ମାନେ ଭିଡିଓରେ ଖଣ୍ଡା ଦେଖାଇଛନ୍ତି ।