ଚଣ୍ଡିଗଡ: କୋରୋନା ବିସ୍ତାରକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଲାଗୁ କରାଯାଇଥିଲା । ଯେଉଁ କାରଣରୁ ପାକିସ୍ତାନର ଅନେକ ଲୋକ ଏଠାରେ ଫସି ରହିଥିଲେ। ତେବେ ଗୁରୁବାର 198 ପାକିସ୍ତାନୀ ନାଗରିକ ୱାଘା ସୀମା ଦେଇ ନିଜ ଦେଶକୁ ଫେରିଛନ୍ତି ।
ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ 503 ପାକିସ୍ତାନୀ ନାଗରିକ ୱାଘା ସୀମାରୁ ପାକିସ୍ତାନ ଯାଇଛନ୍ତି । ସେହିପରି 792 ଭାରତୀୟ ନାଗରିକ ପାକିସ୍ତାନରୁ ସ୍ବଦେଶ ଫେରିିଛନ୍ତି । ଦୀର୍ଘ ସମୟ ପରେ ନିଜ ଘରକୁ ଫେରୁଥିବାରୁ ସେମାନେ ଖୁବ ଖୁସି ଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ