ETV Bharat / bharat

ବୀରଚକ୍ର ବିଜେତା ସ୍କାଡନ ଲିଡର ପରଭେଜ ଜାମାସଜୀଙ୍କ ଦେହାନ୍ତ - ବୀରଚକ୍ର ବିଜେତା ସ୍କାଡନ ଲିଡର ପରଭେଜ ଜାମାସଜୀ

1971 ମସିହାର ଭାରତ-ପାକିସ୍ତାନ ଯୁଦ୍ଧରେ ଅଦମ୍ୟ ସାହସିକତା ପ୍ରଦର୍ଶନ କରି ବୀରଚକ୍ର ହାସଲ କରିଥିବା ସ୍କାଡନ ଲିଡର ପରଭେଜ ଜାମାସଜୀଙ୍କ ଦେହାନ୍ତ ହୋଇଛି । ଏନେଇ ପରିବାର ସୂତ୍ରରୁ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ...

ବୀରଚକ୍ର ବିଜେତା ସ୍କାଡନ ଲିଡର ପରଭେଜ ଜାମାସଜୀଙ୍କ ଦେହାନ୍ତ

author img

By

Published : Jun 26, 2020, 7:28 PM IST

ମୁମ୍ବାଇ: 1971 ମସିହାର ଭାରତ-ପାକିସ୍ତାନ ଯୁଦ୍ଧରେ ଅଦମ୍ୟ ସାହସିକତା ପ୍ରଦର୍ଶନ କରି ବୀରଚକ୍ର ହାସଲ କରିଥିବା ସ୍କାଡନ ଲିଡର ପରଭେଜ ଜାମାସଜୀଙ୍କ ଦେହାନ୍ତ ହୋଇଛି । ଏନେଇ ପରିବାର ସୂତ୍ରରୁ ପ୍ରକାଶ କରାଯାଇଛି । ମୃତ୍ୟୁବେଳକୁ ତାଙ୍କୁ 77 ବର୍ଷ ହୋଇଥିଲା।

ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ହେଲିବୋର୍ଣ୍ଣ ଅପରେସନରେ ହେଲିକପ୍ଟରର ପାଇଲଟ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଅପରେସନ ବେଳେ ପରଭେଜଙ୍କ ଗୋଡରେ ଗୁରୁତର ଆହତ ଲାଗିଥିଲା । ତେଣୁ ସେ ଆଶାବାଡି ସାହାଯ୍ୟରେ ଚାଲୁଥିଲେ । ଦାଦର ସ୍ଥିତ ପାର୍ସୀ କଲୋନୀରେ ବସବାସ କରୁଥିବା ଏହି ପୂର୍ବତନ ବାୟୁସେନା ଅଧିକାରୀ ଗୁରୁବାର ରାତିରେ ଅସୁସ୍ଥତା ଅନୁଭବ କରିବାପରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରିବାରରେ ପତ୍ନୀ, ଦୁଇ ପୁଅ, ଝିଅ ଓ ଜ୍ବାଇଁ ରହିଛନ୍ତି ।

ତାଙ୍କର ଭାଇ ଚକ୍ର କହିଛନ୍ତି, 1971 ଡିସେମ୍ବର ମାସରେ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ଅପରେସନରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପରଭେଜ ଜାମାସଜୀ ହେଲିକପ୍ଟର ୟୁନିଟ ପାଇଁ କାମ କରୁଥିଲେ। ସେ ଉଡାଉଥିବା ହେଲିକପ୍ଟରକୁ ଦୁଇଥର ମେସିନଗନ ଓ ଦୁଇଥର ମୋର୍ଟାରରେ ଆକ୍ରମଣ କରାଯାଇଥିଲା । ସେ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସେଠାରେ ବିମାନକୁ ସୁରକ୍ଷିତ ଭାବେ ବେସ କ୍ୟାମ୍ପକୁ ଫେରାଇ ଆଣିଥିଲେ । ଏହି ପୂର୍ବତନ ପାଇଲଟ 1965ରେ ପଦୋନ୍ନତି ପାଇଥିବା ବେଳେ 1985ରେ ଅବସର ଗ୍ରହଣ କରିଥିଲେ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.