ETV Bharat / bharat

ସୋମବାର ସୁଦ୍ଧା ଦେଶରେ 1,87,223 କୋରୋନା ପରୀକ୍ଷା କରାଯାଇଛି - corona test

ଭାରତରେ ବୃଦ୍ଧି ପାଉଛି କୋରୋନାର ପ୍ରକୋପ । ଯାହାକୁ ନଜରରେ ରଖି ଦେଶରେ କୋରୋନା ପରୀକ୍ଷାକୁ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

ସୋମବାର ସୁଦ୍ଧା ଦେଶରେ 187223 କୋରୋନା ପରୀକ୍ଷା କରାଯାଇଛି

author img

By

Published : Jun 23, 2020, 4:05 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ କାୟା ବିସ୍ତାର କରିଛି କୋରୋନା ଭାଇରସ । ପ୍ରତ୍ୟେକ ଦିନ ଦୃତ ଗତିରେ ବୃଦ୍ଧି ପାଉଛି ସଂକ୍ରମଣ ମାମଲା । ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ଅପେକ୍ଷା ବର୍ତ୍ତମାନ ଦେଶରେ କୋରୋନା ପରୀକ୍ଷା ଅଧିକ ମାତ୍ରାରେ କରାଯାଉଛି ।

ଏହି କ୍ରମରେ ସୋମବାର ସୁଦ୍ଧା ଦେଶରେ 1 ଲକ୍ଷ 87 ହଜାର 223ଟି କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 71 ଲକ୍ଷ 37 ହଜାର 869 ପରୀକ୍ଷା କରାଯାଇଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR)।

ତେବେ ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ 4 ଲକ୍ଷ 41 ହଜାର 643 ରହିଥିବାବେଳେ, ଏଥିରେ 14 ହଜାର 27 ଜଣଙ୍କର ମୃତ୍ୟୁ ହୋଇଛି । 2 ଲକ୍ଷ 48 ହଜାର 450 ଜଣ ସୁସ୍ଥ ହୋଇଛନ୍ତି । ମୋଟ 1 ଲକ୍ଷ 79 ହଜାର 337ଜଣ ଚିକିତ୍ସାଧୀନ ଅଛନ୍ତି ।

ସଂକ୍ରମଣ ସଂଖ୍ୟା ସର୍ବାଧିକ ଥିବା ଦେଶ ମାନଙ୍କ ମଧ୍ୟରେ 4ର୍ଥ ସ୍ଥାନରେ ଭାରତ ରହିଛି । ସେହପରି ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ ଭିତରେ ମହାରାଷ୍ଟ୍ର ରହିଛି । ଯେଉଁଠି ସମୂଦାୟ 1 ଲକ୍ଷ 35 ହଜାର 796ଟି ମାମଲା ରିପୋର୍ଟ ହୋଇଥିବାବେଳେ, ବର୍ତ୍ତମାନ 61 ହଜାର 783ଟି ମାମଲା ସକ୍ରିୟ ରହିଛି । ଯାହା ସରକାରଙ୍କ ଚିନ୍ତାର କାରଣ ପାଲଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.