ନୂଆଦିଲ୍ଲୀ: ଦେଶ ରାଜଧାନୀରେ ପରିସ୍ଥିତି ଅସମ୍ଭାଳ ହୋଇଛି । ପ୍ରତିଦିନ ଶହ ଶହ ପଜିଟିଭି କେସ ସାମନାକୁ ଆସୁଛି । ରବିବାର ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2000 ଛୁଇଁବ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ଶନିବାର ଗୋଟିଏ ଦିନରେ ନୂଆ 186ଟି ପଜିଟିଭ କେସ ସ୍ପଷ୍ଟ ହୋଇଛି । ଏହାସହ କୋରୋନାଜନିତ ମୃତ୍ୟୁ ସଂଖ୍ୟା 1 ରହିଛି । ଫଳରେ ରାଜଧାନୀରେ ମୋଟ ଆକ୍ରାନ୍ତ 1893 ଛୁଇଁଛି । ସେହିପରି ମୋଟ 43 ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି ବୋଲି ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି ।
ତେବେ ଶନିବାର 134 ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହାସହ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା 200 ପାର କରି 207ରେ ପହଞ୍ଚିଛି । ସେହିପରି ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ରୋହିଙ୍ଗ୍ୟା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ଏମାନେ ତବଲିଘି ସମାବେଶରେ ଯୋଗ ଦେଇଥିବାର ରିପୋର୍ଟ ମିଳିଛି ବୋଲି ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି ।
ସୌଜନ୍ୟ@ANI