ETV Bharat / bharat

ଟିକ୍ ଟକ୍ ନିଶା, ମୃତ ବିଲେଇକୁ ଫାଶୀରେ ଝୁଲାଇ ଗିରଫ ଯୁବକ

author img

By

Published : May 23, 2020, 1:21 PM IST

Updated : May 23, 2020, 2:29 PM IST

ଟିକ୍ ଟକ୍ ପାଗଳଙ୍କ ଅମାବିକତା । ଟିକ୍ ଟକ୍ ନିଶାରେ ମୃତ ବିଲେଇକୁ ଫାଶୀରେ ଝୁଲାଇ ତାହାର ଭିଡିଓ ଅପଲୋଡ କରିବା ଅଭିଯୋଗରେ ଗତ ବୁଧବାର ଜଣେ 18 ବର୍ଷୀୟ ଯୁବକକୁ ବାନ୍ଧିଛି ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ତିରୁନେଲଭେଲିରେ ।

tik tok
ଟିକ୍ ଟକ୍ ନିଶା, ବିଲେଇକୁ ରସିରେ ଝୁଲାଇ ମାରିଲା ଯୁବକ

ଚେନ୍ନାଇ: ଟିକ୍ ଟକ୍ ପାଗଳଙ୍କ ଅମାବିକତା । ଟିକ୍ ଟକ୍ ନିଶାରେ ଏକ ମୃତ ବିଲେଇକୁ ଫାଶୀରେ ଝୁଲାଇ ତାହାର ଭିଡିଓ ଅପଲୋଡ କରିବା ଅଭିଯୋଗରେ ଗତ ବୁଧବାର ଜଣେ 18 ବର୍ଷୀୟ ଯୁବକକୁ ବାନ୍ଧିଛି ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ତିରୁନେଲଭେଲିରେ ।

ପୋଲିସର ସୂଚନା ଅନୁଯାୟୀ, ଭିଡିଓରେ ଥିବା ଯୁବକ ଜଣଙ୍କ ହେଉଛନ୍ତି ତାମିଲନାଡୁର ତିରୁନେଲଭେଲି ସହରଠାରୁ ପ୍ରାୟ 25 କିଲୋମିଟର ଦୂରରେ ଥିବା ସତ୍ୟପୁରମରେ ରହୁଥିବା ଥାଙ୍ଗରାଜ। ସେ ଟିକ୍ ଟକ୍ ରେ ତାଙ୍କ ଭିଡିଓରେ ଅଧିକ ଲାଇକ ପାଇବା ପାଇଁ ଏକ ଦଉଡିରେ ବିଲେଇକୁ ଟାଙ୍ଗିଥିଲେ ବୋଲି ପୋଲିସ ଅଫିସର ପଝାଭୁର କହିଛନ୍ତି ।

ତେବେ ମେ 19 ରେ ଜଣେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଭାଗ୍ୟରାଜଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଗତ ବୁଧବାର ଥାଙ୍ଗରାଜଙ୍କୁ ଗିରଫ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 23, 2020, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.