ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା । ଦ୍ୱିତୀୟ ଏବଂ ତୃତୀୟ ଅଧିବେଶନରେ ଲୋକସଭାର ସଦସ୍ୟଙ୍କ ଉପସ୍ଥିତି ଏବଂ ଆଲୋଚନାର ଫଳ ଯଥାକ୍ରମେ 115% ଏବଂ 90% ରହିଥିବା ସେ ସୂଚନା ଦେଇଛନ୍ତି ।
ସେହିପରି ସମସ୍ତ ତିନୋଟି ଅଧିବେଶନରେ ସଦସ୍ୟଙ୍କ ସହଯୋଗ ଫଳରେ ଏହାର ଉତ୍ପାଦକତା ହାରାହାରି 110% ରହିଛି । ଏବଂ ଏହା ଏକ ବୃହତ ରେକର୍ଡ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।
17ତମ ଅଧିବେଶନରେ ସମସ୍ତ ସଭାର ଏହି ସହଯୋଗ ଏକ ରେକର୍ଡ ସୃଷ୍ଟି କରିଛି । 37ଟି ପ୍ରଶ୍ନକାଳ ଆୟୋଜିତ କରାଯାଇଛି । ଏଥିରେ ଅନେକ ପ୍ରସଙ୍ଗକୁ ରଚନାତ୍ମକ ଢଙ୍ଗରେ ଆଲୋଚନା ମଧ୍ୟ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ