ETV Bharat / bharat

ଲକଡାଉନ ଭାଙ୍ଗି ମହାରାଷ୍ଟ୍ରରେ 17 ହଜାର 813 ଗିରଫ - lockdown in Maharashtra

ମାର୍ଚ୍ଚ 22ରୁ ଆଜି ଯାଏଁ 17 ହଜାର 813 ଲୋକ ଗିରଫ ହୋଇଛନ୍ତି । ସେହିପରି ମୋଟ 51 ହଜାର 13ଟି ଗାଡି ପୋଲିସ ସିଜ କରିଛି । ଅଧିକ ପଢନ୍ତୁ...

ଲକଡାଉନ ଭାଙ୍ଗି ମହାରାଷ୍ଟ୍ରରେ 17 ହଜାର 813 ଗିରଫ

author img

By

Published : May 3, 2020, 1:09 AM IST

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଗମ୍ଭୀର ପାଲଟିଥିବାବେଳେ ଲୋକେ ସୁଧୁରୁନାହାନ୍ତି । ଏପର୍ଯ୍ୟନ୍ତ 12 ହଜାର ଉପରେ ଆକ୍ରାନ୍ତ ବାହାରିଥିବାବେଳେ ଲକଡାଉନ କଡାକଡି କରିଛନ୍ତି ସରକାର । କିନ୍ତୁ ଏହାକୁ ଭାଙ୍ଗିବା ଲୋକଙ୍କର ଯେପରି ଅଭ୍ୟାସ ପାଲଟିଗଲାଣି ।

ମହାରାଷ୍ଟ୍ର ପୋଲିସର ସୂଚନାନୁସାରେ ପ୍ରଥମ ଲକଡାଉନ ଲାଗୁ ହେବା ପରଠାରୁ ଏବେ ଯାଏଁ ପ୍ରାୟ 17 ହଜାରରୁ ଅଧିକ ଲୋକ ନିୟମ ଭାଙ୍ଗି ଗିରଫ ହୋଇଛନ୍ତି । ରିପୋର୍ଟ ଅନୁସାରେ ମାର୍ଚ୍ଚ 22ରୁ ଆଜି ଯାଏଁ 17 ହଜାର 813 ଲୋକ ଗିରଫ ହୋଇଛନ୍ତି । ସେହିପରି ମୋଟ 51 ହଜାର 13ଟି ଗାଡି ପୋଲିସ ସିଜ କରିଛି । ଲକଡାଉନ ନିୟମ ଭାଙ୍ଗିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ମହାରାଷ୍ଟ୍ର ପୋଲିସ ।

ଏହାସହ ମାର୍ଚ୍ଚ 22ରୁ ଏବେ ଯାଏଁ ମୋଟ 89 ହଜାର 383ଟି ମାମଲା ରୁଜୁ ହୋଇଛି । ଆଇପିସି ଧାରା 188 ଅଧୀନରେ ଏହି ସମସ୍ତ ମାମଲା ରୁଜୁ ହୋଇଛି । ସେହିପରି ପୋଲିସକୁ ଅସଦାଚରଣ କରିବା ଅଭିଯୋଗରେ 657 ଜଣଙ୍କୁ ଗିରଫ କରାଯାଇଛି ବୋଲି ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.