ETV Bharat / bharat

ମୁରାଦାବାଦ ଡାକ୍ତରୀ ଦଳକୁ ପଥର ମାଡ ଘଟଣାରେ 17 ଗିରଫ

author img

By

Published : Apr 16, 2020, 12:46 PM IST

ମୁରାଦାବାଦ ଘଟଣାରେ କ୍ଷୋଭ ବ୍ୟକ୍ତ କରିଛନ୍ତି ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲାଗୁ କରିବାକୁ ସିଏମ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

17 people arrested in moradabad
ମୁରାଦାବାଦ ଡାକ୍ତରୀ କର୍ମଚାରୀଙ୍କ ଉପରକୁ ପଥର ମାଡ ଘଟଣାରେ 17 ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁରାଦାବାଦରେ କୋରୋନା ଅନୁସନ୍ଧାନ କରିବାକୁ ଯାଇଥିବା ଏକ ଡାକ୍ତରୀ ଦଳ ଉପରେ ହୋଇଥିବା ଆକ୍ରମଣରେ 17 ଜଣଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ 7 ଜଣ ମହିଳା ଥିବା ଜଣାପଡିଛି । ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି । ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ଧରାପଡିଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କହିଛି । ଏଥିରେ ମହିଳା ଓ ପୁରୁଷମାନେ ଛାତରୁ ପଥର ଫିଙ୍ଗିଥିବାର ଦେଖାଯାଇଥିଲା।

ଏହି ପୁରା ଘଟଣାରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲାଗୁ କରିବାକୁ ସିଏମ ନିର୍ଦ୍ଦେଶ ଦେଇଛନ୍ତି । ସିଏମଙ୍କ ନିର୍ଦ୍ଦେଶ ଅନୁଯାୟୀ, କ୍ଷତିପୂରଣ ମଧ୍ୟ ଅଭିଯୁକ୍ତଙ୍କ ମାନେ ଭରଣ କରିବ। ନେଇ ନିଷ୍ପତ୍ତି ହୋଇଛି ।

ସୂଚନାନୁସାରେ, ଯେତେବେଳେ ଡାକ୍ତରୀ ଦଳ 2 ଜଣ କୋରୋନା ସନ୍ଦିଗ୍ଧଙ୍କୁ ନେବାକୁ ଯାଇଥିଲେ ଉକ୍ତ ସମୟରେ ନବାବପୁର ଅଞ୍ଚଳର ଲୋକମାନେ ମୁରାଦାବାଦର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ପଥର ମାଡ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.