ETV Bharat / bharat

ଗ୍ରାମୀଣ କଲ୍ୟାଣ ରୋଜଗାର ଅଭିଯାନ, ଉପକୃତ ହୋଇଛନ୍ତି 17କୋଟି ପ୍ରବାସୀ ଶ୍ରମିକ - 17 crore man days employment provided

କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧିନରେ 17 କୋଟି ପ୍ରବାସୀ ଶ୍ରମିକଙ୍କୁ ମିଳିଛି ରୋଜଗାର । ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ- ଏହି 6ଟି ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ନିଯୁକ୍ତି ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ...

GKR ସ୍କିମ, 17 କୋଟି ପ୍ରବାସୀଙ୍କୁ ମିଳିଛି ରୋଜଗାର

author img

By

Published : Aug 6, 2020, 1:23 PM IST

Updated : Aug 6, 2020, 1:46 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ରୋଜଗାର ଅଭିଯାନ । ଏହି ଅଭିଯାନ ଅଧିନରେ 17 କୋଟି ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ଗରିବ କଲ୍ୟାଣ ରୋଜଗାର ଅଭିଯାନରେ କୋରୋନା ପାଇଁ ହୋଇଥିବା ଲକଡାଉନ କାରଣରୁ ନିଜ ଗ୍ରାମକୁ ଫେରି ଆସିଥିବା 6ଟି ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ନିଯୁକ୍ତି ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି 6ଟି ରାଜ୍ୟ ଗୁଡ଼ିକ ହେଉଛି ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ।

ଯୋଜନାର 6 ସପ୍ତାହ ସୁଦ୍ଧା, ପ୍ରାୟ 17 କୋଟିରୁ ଉର୍ଦ୍ଧ୍ବ ଷ୍ରମିକଙ୍କୁ ରୋଜଗାର ଯୋଗାଇ ଦିଆ ଯାଇଥିବା ବେଳେ ଏଥିପାଇଁ 13,240 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅଭିଯାନ ଅଧିନରେ ବହୁ ସଂଖ୍ୟକ ସଂରଚନା ସୃଷ୍ଟି କରାଯାଇଛି । ଏଥିମଧ୍ୟରେ 62,532 ଜଳ ସଂରକ୍ଷଣ ସଂରଚନା, 1.74 ଲକ୍ଷ ଗ୍ରାମୀଣ ଘର, 14,872 ଗୋରୁ ଗୁହାଳ, 8,963 ଫାର୍ମ ପୋଖରୀ ଏବଂ 2,222 ଜାଲି ସମାଜ ସଂମ୍ପ୍ରଦାୟ ସ୍ବଚ୍ଛତା ପରିସର ଅନ୍ତର୍ଭୁକ୍ତ । ମୋଟ 564 ଗ୍ରାମ ପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ଯୋଗାଇ ଦିଆଯାଇଛି ଏବଂ 16,124 ଜଣ ପ୍ରାର୍ଥୀଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ କ୍ଷତା ତାଲିମ ପ୍ରଦାନ କରାଯାଉଛି।

ମହାମାରୀ କୋରୋନା ପରେ ଗ୍ରାମକୁ ଫେରୁଥିବା ତଥା ଗ୍ରାମାଞ୍ଚଳର ନାଗରିକମାନଙ୍କର ରୋଜଗାର ସୁଯୋଗ ବଢାଇବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଥିଲା।

Last Updated : Aug 6, 2020, 1:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.