ETV Bharat / bharat

15 ବର୍ଷରେ RTI: ବଢିଚାଲିଛି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ

author img

By

Published : Oct 12, 2020, 8:00 AM IST

ଆରଟିଆଇ ଅଧିନିୟମ ସରକାରୀ କାର୍ଯ୍ୟରେ ଏକ ସକରାତ୍ମକ ପରିବର୍ତ୍ତନକୁ ସୁନିଶ୍ଚିତ କରିଛି । 2007 ମସିହାରୁ ସମଗ୍ର ଭାରତରୁ ପ୍ରାୟ 20 ଟି ହତ୍ୟା, 45 ଟି ଆକ୍ରମଣ ଏବଂ 73 ଟି ଆରଟିଆଇ ବ୍ୟବହାରକାରୀଙ୍କ ଉପରେ ନିର୍ଯ୍ୟାତନା ମାମଲା ରୁଜୁ ହୋଇଛି।

15 ବର୍ଷରେ RTI
15 ବର୍ଷରେ RTI

ହାଇଦ୍ରାବାଦ: ଆରଟିଆଇ ଅଧିନିୟମ ସରକାରୀ କାର୍ଯ୍ୟରେ ଏକ ସକରାତ୍ମକ ପରିବର୍ତ୍ତନକୁ ସୁନିଶ୍ଚିତ କରିଛି । 2007 ମସିହାରୁ ସମଗ୍ର ଭାରତରୁ ପ୍ରାୟ 20 ଟି ହତ୍ୟା, 45 ଟି ଆକ୍ରମଣ ଏବଂ 73 ଟି ଆରଟିଆଇ ବ୍ୟବହାରକାରୀଙ୍କ ଉପରେ ନିର୍ଯ୍ୟାତନା ମାମଲା ରୁଜୁ ହୋଇଛି। 2005 ମସିହାରୁ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟି ଚାଲିଛି ଏବଂ 365 ଜଣଙ୍କୁ ଆକ୍ରମଣ, ନିର୍ଯ୍ୟାତନା କିମ୍ବା ଧମକ ଦିଆଯାଇଛି।

CHRI ଦ୍ବାରା ସଂକଳିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ 2005 ରେ ଆରଟିଆଇ ଅଧିନିୟମ କାର୍ଯ୍ୟକାରୀ ହେବାର ପ୍ରଥମ ତିନି ମାସରେ କୌଣସି ମାମଲା ନଥିବାବେଳେ ପରବର୍ତ୍ତୀ ବର୍ଷରେ ଆକ୍ରମଣ ବଢିଥିଲା । 2011 ବେଳକୁ RTI କର୍ମକର୍ତ୍ତାଙ୍କ ଉପରେ 83 ଟି ଆକ୍ରମଣ ହୋଇଥିବା ରିପୋର୍ଟ କରାଯାଇଥିଲା । ଏହାପରେ ଘଟଣା ଗୁଡିକ କ୍ରମାଗତ ହ୍ରାସ ଦେଖାଇଛି - 2013 ରେ 36, 2014 ରେ 26 ଏବଂ 2015 ରେ 21 ଟି ଘଟଣା ସାମ୍ନାକୁ ଆସିଛି।

ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା, ସଞ୍ଜୟ ଦୁବେଙ୍କୁ ମୁମ୍ବାଇର ଘାଟକୋପର ଅଞ୍ଚଳରେ ମେ 2019 ରେ ତିନିଜଣ ଆକ୍ରମଣକାରୀ ହତ୍ୟା କରିଥିଲେ। 2018 ରେ ଗୁଜୁରାଟର ରାଜକୋଟ ଜିଲ୍ଲାର କୋଟଡା ସାଙ୍ଗାନି ତାଲୁକାରେ ନାଞ୍ଜୀଭାଇ ସୋଣ୍ଡର୍ଭାଙ୍କୁ 6 ଜଣ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ 17 ବର୍ଷର ପୁଅକୁ ମଧ୍ୟ ସମାନ ଅପରାଧୀଙ୍କ ଦ୍ବାରା ନିର୍ମମ ଆକ୍ରମଣ ପରେ ହତ୍ୟା କରାଯାଇଥିଲା।

MGNREGA ଘୋଟାଲା ଖୁଲାସା କରିଥିବାରୁ ପଶ୍ଚିମବଙ୍ଗର ଉତ୍ତର ମହମ୍ମଦ ତାହିରୁଦ୍ଦିନଙ୍କୁ 2016 ମସିହାରେ ହତ୍ୟା କରାଯାଇଥିଲା। ନକଲି ପ୍ରକଳ୍ପ ନାମରେ ଟଙ୍କା ଉଠାଣର ସେ ପର୍ଦ୍ଦାଫାସ୍ କରିଥିଲେ । ଅମିତ ଜେଟଭା ଅନ୍ୟ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କୁ 2010 ମସିହାରେ ଗୁଜରାଟ ହାଇକୋର୍ଟ ବାହାରେ ଆକ୍ରମଣ କରାଯାଇଥିଲା । ଗୌତମବୁଦ୍ଧନଗର ଜିଲ୍ଲାର ଡାନକୌର ସହରରୁ ଆରଟିଆଇ କାର୍ଯ୍ୟକର୍ତ୍ତା ଅନୁପ ସିଂଙ୍କୁ ଅପହରଣ କରି ତାଙ୍କ ଶରୀରର ବ୍ୟକ୍ତିଗତ ଭାଗରେ ସିଗାରେଟ ଜାଳି ଦେଇଥିଲେ । ଲୁହା ରଡରେ ପିଟିପିଟି ହତ୍ୟା କରାଯାଇଥିଲା। ଡିସେମ୍ବର 2013 ରେ ଚାରି ଦିନ ପରେ ପଡୋଶୀ ଜିଲ୍ଲାରେ ଏକ ପେଟ୍ରୋଲ ପମ୍ପ ପାଖରେ ତାଙ୍କ ମୃତଦେହ ମିଳିଥିଲା ।

ଆଇନଜୀବୀ ମହମ୍ମଦ ହାସିମ ଶେଖ ବିଳମ୍ବିତ ରାତିରେ ଘରକୁ ଯିବାବେଳେ ତାଙ୍କୁ ହକି ଏବଂ ଆଇରନ୍ ରଡରେ ଆକ୍ରମଣ କରାଯାଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିଲା । 2014 ରେ ସେ ବିଏମସିରେ ଲାଇସେନ୍ସ ଘୋଟାଲାର ଖୁଲାସା କରିଥିଲେ ଏବଂ ବିଭିନ୍ନ ନାଗରିକ ଗୋଷ୍ଠୀ ସହ ଜଡିତ ଏକ ସଚେତନ ତଥା ସକ୍ରିୟ ନାଗରିକ ଭାବରେ କାର୍ଯ୍ୟ କରୁଥିଲେ ।

ପରିବେଶବିତ୍ ତଥା ବନ୍ୟଜନ୍ତୁ ଏବଂ ଆରଟିଆଇ କାର୍ଯ୍ୟକର୍ତ୍ତା ଶେହଲା ମାସୁଦଙ୍କୁ ଅଗଷ୍ଟ 2011 ହତ୍ୟା କରାଯାଇଥିଲା । ସେ ବିଜେପି ରାଜ୍ୟସଭା ସାଂସଦଙ୍କ ସମର୍ଥିତ ଏକ ଏନଜିଓ ନର୍ମଦା ସମାଗ୍ରହ ବିଷୟରେ ସବିଶେଷ ତଥ୍ୟ ମାଗିଥିଲେ। ଓଡିଶାରେ ଆନନ୍ଦ କୁମାର ଶର୍ମାଙ୍କୁ ଆକ୍ରମଣ କରାଯାଇଥିଲା । 2018ରେ ପୋଲିସ ଦ୍ବାରା ବେଆଇନ ଭାବେ ଅଟକ ରଖାଯାଇଥିଲା। ପୋଲିସ ବିଭାଗର ଘୋଟାଲା ବିଷୟରେ ଖୁଲାସା କରିଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା ।

ଫେବୃଆରୀ 2020 ରେ 40 ବର୍ଷ ବୟସ୍କ ଆରଟିଆଇ କାର୍ଯ୍ୟକର୍ତ୍ତା କେନ୍ଦ୍ରାପଡାର ଭିତରକନିକା ଜାତୀୟ ଉଦ୍ୟାନରେ ସରକାରୀ ଚାଳିତ ଓଡିଶା ପର୍ଯ୍ୟଟନ ବିକାଶ ନିଗମ ଦ୍ବାରା ଏକ ପର୍ଯ୍ୟଟନ ରିସୋର୍ଟର ବେଆଇନ ନିର୍ମାଣର ଖୁଲାସା କରିଥିଲେ । ପରେ ତାଙ୍କର ମୃତଦେହ ମିଳିଥିଲା ।

ହତ୍ୟାର କାରଣ-

ଆରଟିଆଇ ଆବେଦନକାରୀଙ୍କ ବିବରଣୀ ଗୁପ୍ତ ରହିବା ଆବଶ୍ୟକ, ଯାହା ଅନେକ ସମୟରେ ହୋଇନଥାଏ । ଯେତେବେଳେ ତୃତୀୟ ପକ୍ଷ ଆରଟିଆଇ ଆବେଦନକାରୀଙ୍କ ବିବରଣୀ ଖୋଜେ, ସେତେବେଳେ ଆରଟିଆଇ ଆକ୍ଟର ଧାରା 11 ଅଧିନରେ ବିବରଣୀ ଦିଆଯାଏ । ଦୁର୍ନୀତିକୁ ଉନ୍ମୋଚନ କରିବା ପାଇଁ ଆରଟିଆଇକୁ ଏକ ମାଧ୍ୟମ ଭାବରେ ବ୍ୟବହାର ଗ୍ରହଣ କରାଯାଏ । ମାତ୍ର ଏହାର ଖୁଲାସା କରୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ସରକାରଙ୍କ ନିଷ୍କ୍ରିୟତା ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ଅନେକ ମୃତ୍ୟୁର କାରଣ ପାଲଟିଛି ।

ଆରଟିଆଇ କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି ଯେ ସୂଚନା ବିଭାଗର ନାମ ପ୍ରକାଶ କରିବା ବର୍ତ୍ତମାନ ଏକ ଅଭ୍ୟାସରେ ପରିଣତ ହୋଇଛି । ଫଳସ୍ବରୂପ, ଆରଟିଆଇ ଆବେଦନକାରୀମାନେ ଚାପଗ୍ରସ୍ତ ହୁଅନ୍ତି ଏବଂ ବେଳେବେଳେ ଆବେଦନ ପ୍ରତ୍ୟାହାର କରିନିଅନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.