ETV Bharat / bharat

କୋରୋନା କବଳରେ ଭାରତୀୟ ନୌସେନା, 20 କର୍ମଚାରୀ ପଜିଟିଭ୍ ଚିହ୍ନଟ - ଭାରତୀୟ ନୌସେନା

ମୁମ୍ବାଇରେ 15 ରୁ 20 ଜଣ ଭାରତୀୟ ନୌସେନା କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ସେନା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

15 to 20 indian navy sailors
15 to 20 indian navy sailors
author img

By

Published : Apr 18, 2020, 9:56 AM IST

ନୂଆଦିଲ୍ଲୀ: କୋରୋନା କାବୁରେ 15 ରୁ 20 ଭାରତୀୟ ନୌସେନା କର୍ମଚାରୀ। ମୁମ୍ବାଇରେ ଏହି ସମସ୍ତ ନାବିକଙ୍କ କୋରୋନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭ୍ ଆସିଛି। ତେବେ ଏମାନଙ୍କୁ ଭାରତୀୟ ସେନା ଡାକ୍ତରଖାନାରେ ଚିକିତ୍ସା ପାଇଁ ରଖାଯାଇଛି। ତେବେ ପ୍ରଥମ ଥର ପାଇଁ ସେନାରେ ଏତେ ସଂଖ୍ୟକ କୋରୋନା ପଜିଟିଭ୍ କେସ ସାମ୍ନାକୁ ଆସିଛି।

ଏହି ନୈସେନା କର୍ମଚାରୀଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ତାଙ୍କୁ ଚିହ୍ନଟ କରାଯାଇ କ୍ବାରେନଣ୍ଟାଇନରେ ରଖାଯିବା ସହ ପରୀକ୍ଷା କରାଯିବ ବୋଲି ସେନା ସୂତ୍ରରୁ ପ୍ରକାଶ କରାଯାଇଛି। ଆକ୍ରାନ୍ତ ନୌସେନା କର୍ମଚାରୀଙ୍କୁ ପୂର୍ବରୁ ଏକ ଆବାସିକ ଗୃହରେ ରଖାଯାଇଥିଲା। ଯେଉଁଠି ସମସ୍ତ ପ୍ରକାର ପ୍ରଶାସନିକ ସହାୟତା ଯୋଗାଇ ଦିଆଯାଏ।

ତେବେ କୋରୋନା ମହାମାରୀରେ ଭାରତରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ସହର। ଏବେ ସୁଦ୍ଧା ରାଜ୍ୟରେ 3,205 କୋରୋନାଭାଇରସ୍ ମାମଲା ଚିହ୍ନଟ ହୋଇଛି। ଭାରତରେ ସର୍ବମୋଟ 13,835 ମାମଲା ଏବଂ 452 ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.