ବେଙ୍ଗାଲୁରୁ: ସାରା ବିଶ୍ବରେ ଏବେ କାୟା ବିସ୍ତାର କରିଛି ମହାମାରୀ କୋରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲୁଥିବା ବେଳେ ମୃ୍ତ୍ୟୁ ସଂଖ୍ୟାରେ ବି ବ୍ରେକ ଲାଗୁନି । ଦେଶର ପ୍ରତି ରାଜ୍ୟ ଓ ସହର ମାନଙ୍କରେ କଣ୍ଟେନମେଣ୍ଟ ନିୟମ ସହ ସଟଡାଉନ ନିୟମକୁ କଡାକଡି ଭାବେ ପାଳନ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କୋରୋନା ସଂକ୍ରମଣ ଗ୍ରାଫରୁ ଜଣାପଡୁଛି ।
ତେବେ ଏହି ଜୀବନଘାତୀ ଭୂତାଣୁକୁ ସାମ୍ନା କରିବାକୁ ଆଗ ଧାଡିରେ ଅଛନ୍ତି କୋରୋନା ଯୋଦ୍ଧା ଡାକ୍ତର,ନର୍ସ, ସହକର୍ମୀ, ପୋଲିସ ଓ ସଫେଇ କର୍ମଚାରୀ । ମାତ୍ର ଦିନକୁ ଦିନ ସଂକ୍ରମଣରେ କୋରୋନା ଯୋଦ୍ଧା ମାନେ ବି ଶିକାର ହେଉଛନ୍ତି । ବେଙ୍ଗାଲୁରୁରେ ଏକାଥରେ 15 ଜଣ ପୋଲିସ କୋରୋନା ପଜିଟିଭି ଜଣାପଡିବା ପରେ ହଇଚଇ ସୃ୍ଷ୍ଟି ହୋଇଛି ।
ସଂକ୍ରମିତଙ୍କ ମଧ୍ୟରୁ 12 ଜଣ ହାଲ( ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ)ର ବୋଲି ଜଣାପଡିଛି । ଏହି ଖବର ଜଣାପଡିବା ପରେ ହାଲ୍ ପୋଲିସ ଷ୍ଟେସନକୁ ପ୍ରଥମେ ଜୁନ 27 ରୁ ବନ୍ଦ କରାଯାଇଛି । ବର୍ତ୍ତମାନ ସେହି ଷ୍ଟେସନରୁ 12 ଜଣ ପଜିଟିଭ ଜଣାପଡିବା ପରେ ଚିନ୍ତାରେ ଅନ୍ୟ କର୍ମଚାରୀ ।