ETV Bharat / bharat

ରାଜସ୍ଥାନ: ସିମେଣ୍ଟ କାରଖାନାରେ ବିସ୍ଫୋରଣ, 15 ଗୁରୁତର ଆହତ

author img

By

Published : Sep 30, 2019, 9:52 AM IST

ରାଜସ୍ଥାନର ଚିତ୍ତୋରଗଡ ସ୍ଥିତ ବିର୍ଲା ସିମେଣ୍ଟ କାରଖାନାରେ ବିସ୍ଫୋରଣ ହେବାରୁ 15 ଜଣ ଗୁରୁତର ଆହତ ହୋଇଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଜୟପୁର: ରାଜସ୍ଥାନର ଚିତ୍ତୋରଗଡ ସ୍ଥିତ ବିର୍ଲା ସିମେଣ୍ଟ କାରଖାନାର ବଏଲର ବିସ୍ଫୋରଣ ହେବାରୁ 15 ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 11 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ବିସ୍ଫୋରଣ ପରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କାରଖାନାର ଏନସିସିଡବ୍ଲ୍ୟୁ ୟୁନିଟରେ କର୍ମଚାରୀ କାମ କରୁଥିବା ବେଳେ କୋଇଲାର ହୋପର ଜାମ ହୋଇଯାଇଥିଲା । ଏହାକୁ ଖୋଲିବାର ପ୍ରୟାସ କରିବା ସମୟରେ ଏଥିରେ ହଠାତ ବିସ୍ଫୋରଣ ହୋଇଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହି ଦୁର୍ଘଟଣାରେ 11 ଜଣଙ୍କ ଶରୀରର 70 ପ୍ରତିଶତ ଅଂଶ ଜଳି ଯାଇଥିବା ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି । ସେମାନଙ୍କୁ ରବୀନ୍ଦ୍ର ନାଥ ଟାଗୋର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ସେପଟେ ପ୍ରଶାସନିକ ସ୍ତରରେ ଏ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚିତ୍ତୋରଗଡ ଜିଲ୍ଲାପାଳ ଚେତନ ରାମ ଦେଓରା । ଆଗାମୀ 10 ଦିନ ମଧ୍ୟରେ ଏ ଘଟଣାର ତଦନ୍ତ ରିପୋର୍ଟ ଆସିଯିବ ଏବଂ ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.