ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗତ ତିନି ଦିନରୁ ଲଗାତାର ବର୍ଷା ଲାଗି ରହିଛି । ରାଜ୍ୟର 14 ଜିଲ୍ଲାରେ ପ୍ରବଳ ବର୍ଷା ଓ ଝଡ ତୋଫାନରେ 15 ଜଣଙ୍କ ମୃତ୍ୟୁ ହୋଇସାରିଛି ।
ଆଧିକାରୀକ ସୂତ୍ର ଅନୁସାରେ ବର୍ଷା ଯାେଗୁଁ ଜୁଲାଇ 9ରୁ 12 ତାରିଖ ମଧ୍ୟରେ 15 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 133 ଘର ନଷ୍ଟ ହୋଇଛି । ବର୍ଷାରେ ରାଜ୍ୟର ଉନ୍ନାଓ, ଖିରି, ଗୋରଖପୁର, କାନପୁର ନଗର, ବାରବାଙ୍କି, ଚାନ୍ଦୋଲି ଓ ମଉ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି ।
ଶନିବାର ମଧ୍ୟ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।