ETV Bharat / bharat

ଦିଲ୍ଲୀର 15 ସିଆରପିଏଫ କର୍ମଚାରୀ କୋରୋନା ସଂକ୍ରମିତ - ସିଆରପିଏଫ କର୍ମଚାରୀ

ରବିବାର ଦିଲ୍ଲୀର ଏକ ବାଟାଲିୟନରେ ପୋଷ୍ଟ ହୋଇଥିବା ପନ୍ଦର ଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀଙ୍କ କୋଭିଡ -19 ଟେଷ୍ଟ ପଜେଟିଭ ରହିଥିବା ଅଧିକାରୀମାନେ କହିଛନ୍ତି । ଅଧିକ ପଢନ୍ତୁ...

crpf
crpf
author img

By

Published : Apr 26, 2020, 8:30 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ବିତ୍ପାତ୍ତ । ବଢୁଛି ସଂକ୍ରମଣ ରିପୋର୍ଟ, ମୃତ୍ୟୁ ସଂଖ୍ୟା ଥମିବାର ନା ନେଉନାହିଁ । କୋରୋନା ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ବୋଲା ଯାଉଥିବା ସ୍ବାସ୍ଥ୍ୟକର୍ମୀ ଓ ସୁରକ୍ଷା ବାହିନୀ ଏବେ କୋରୋନାରେ କବଳିତ ହେବାରେ ଲାଗୁଛନ୍ତି । ରବିବାର ଦିଲ୍ଲୀର ଏକ ବାଟାଲିୟନରେ ପୋଷ୍ଟ ହୋଇଥିବା ପନ୍ଦର ଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀଙ୍କ କୋଭିଡ -19 ଟେଷ୍ଟ ପଜେଟିଭ ରହିଥିବା ଅଧିକାରୀମାନେ କହିଛନ୍ତି ।

ସିଆରପିଏଫର 31 ତମ ବାଟାଲିୟନର ଗୁରୁବାର ନଅ ଜଣ ଯବାନ ଗୁରୁବାର କୋରୋନା ପଜେଟିଭ ହୋଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି । ଏହି 15 ନୂଆ ରିପୋର୍ଟ ସହ ଏହି ୟୁନିଟରେ ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା 24 ରେ ପହଞ୍ଚିଛି ।

ଏହି ସଂକ୍ରମିତ ଯବାନଙ୍କୁ ଆଇସୋଲେସନରେ ରଖାଯିବ ସହ ମାଣ୍ଡୱାଲି ଅଞ୍ଚଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଅଧିକାରୀ କହିଛନ୍ତି।

କୋରୋନା ଟେଷ୍ଟ ପାଇଁ ୟୁନିଟର ଆଉ ପ୍ରାୟ 12ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କ ନମୁନା ପଠାଯାଇଛି ଏବଂ ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଅଧିକାରୀ କହିଛନ୍ତି ।

ପ୍ରାୟ 3.25 ଲକ୍ଷ କର୍ମଚାରୀଙ୍କୁ ନେଇ ସିଆରପିଏଫ ହେଉଛି ଦେଶର ସର୍ବବୃହତ ପାରାମିଲିଟାରୀ କିମ୍ବା ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ । ନକ୍ସଲ ବିରୋଧୀ ତଥା ଆତଙ୍କବାଦୀ ବିରୋଧୀ କାର୍ଯ୍ୟକଳାପ ପାଇଁ ଦେଶର ପ୍ରମୁଖ ଆଭ୍ୟନ୍ତରୀଣ ସୁରକ୍ଷା ବଳ ଭାବରେ ସିଆରପିଏଫ ନିଯୁକ୍ତ ରହିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.