ଚେନ୍ନାଇ: ବିମାନ ବନ୍ଦରରୁ 1 କେଜି ସୁନା ଜବତ କଲା ଚେନ୍ନାଇ ଏୟାର ଇଣ୍ଟେଲିଜେନ୍ସ ୟୁନିଟ । ଯାହାର ବଜାର ମୁଲ୍ୟ 63 ଲକ୍ଷ 74 ହଜାର ହେବ ବୋଲି ଜଣା ପଡିଛି । ଏନେଇ ଅରୋକିୟାମାରୀ ନାମକ ଏକ ଯୁବକକୁ ଅଟକ ରଖାଯାଇଛି ।
ଗିରଫ ଯୁବକ ଜଣକ କଲୋମ୍ବରୁ ଆସୁଥିଲେ । ବିମାନ ବନ୍ଦରରୁ ବାହାରକୁ ବାହାରୁଥିବା ବେଳେ ତାଙ୍କୁ ଗିରଫ କରିଯାଇଥିଲା ବୋଲି କହିଛନ୍ତି କମିଶନର ଅଫ କଷ୍ଟମ ଚେନ୍ନାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଅଧିକାରୀ । ଏନେଇ ପରବର୍ତ୍ତୀ ତଦନ୍ତ ଜାରି ରହିଛି ।
ସେହିଭଳି ପୂର୍ବରୁ 350 ଗ୍ରାମ ଚୋରା ସୁନା ଜବତ କରିଥିବା ନେଇ କହିଛି ଏୟାର ଇଣ୍ଟେଲିଜେନ୍ସ ୟୁନିଟ । ଏଥିରେ ତିନି ଜଣକୁ ଗିରଫ କରାଯାଇଥିଲା । ସେମାନେ କଲୋମ୍ବୋରୁ ପେଷ୍ଟ ବଣ୍ଡଲରେ ଚୋରା ସୁନାକୁ ଆଣିଥିଲେ ।
@ANI