ETV Bharat / bharat

ରବିବାର ସୁଦ୍ଧା ଦେଶରେ ସରିଛି 1,40,47,908 କୋରୋନା ଟେଷ୍ଟ: ICMR - corona samples test

ଦେଶରେ ଭୟଙ୍କର ଭାବେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହାକୁ ନଜରରେ ରଖି ପ୍ରତ୍ୟେକ ଦିନ ଲକ୍ଷାଧିକ କୋରୋନା ଟେଷ୍ଟ କରାଯାଉଛି । ଅଧିକ ପଢନ୍ତୁ...

ରବିବାର ସୁଦ୍ଧା ଦେଶରେ ସରିଛି 1,40,47,908 କୋରୋନା ଟେଷ୍ଟ: ICMR

author img

By

Published : Jul 20, 2020, 11:25 AM IST

ନୂଆଦିଲ୍ଲୀ: ଭାରତରେ ବୋଲ ମାନୁନି କୋରୋନା କଟକଣା । ପ୍ରତ୍ୟେକ ଦିନ ଆସୁଛି ହତବାକ କରିଦେଲା ପରି ରିପୋର୍ଟ । ତେବେ ଦେଶରେ ବଢୁଥିବା କୋରୋନା ସଂକ୍ରମଣ ଏବେ 11 ଲକ୍ଷ ପାର କରିଛି । ଯାହାକୁ ନେଇ ସରକାରଙ୍କ ସହ ଚିନ୍ତାରେ ଦେଶବାସୀ ।

ଏପରି କ୍ଷେତ୍ରରେ କୋଭିଡ ଟେଷ୍ଟ ମଧ୍ୟ ଯାରି ରହିଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ରିପୋର୍ଟ ମୁତାବକ, ରବିବାର ଦେଶରେ 2 ଲକ୍ଷ 56 ହଜାର 39 ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 1 କୋଟି 40 ଲକ୍ଷ 47 ହଜାର 908ଟି ଟେଷ୍ଟ କରାଯାଇଛି ।

ଆଇସିଏମଆର ମୁତାବକ, କୋରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଏହି ଟେଷ୍ଟର ସଂଖ୍ୟାରେ ବୃଦ୍ଧି କରାଯାଇଛି । ଯେତେ ଅଧିକ ଟେଷ୍ଟ କରାଯିବ ସେତେ ଅଧିକ କୋରୋନା ସଂକ୍ରମଣ ଆଗକୁ ଆସିବ । ଆଉ ଏହାର ଚିକିତ୍ସା କରି ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମ କରିହେବ।

ତେବେ ରବିବାର ସୁଦ୍ଧା ଦେଶରେ 11 ଲକ୍ଷ 18 ହଜାର 43ଟି କୋରୋନା ରିପୋର୍ଟ ହୋଇଥିବାବେଳେ, ଏଥିରେ 27 ହଜାର 497 ଜଣ ସଂକ୍ରମିତହ୍କର ମୃତ୍ୟୁ ହୋଇଛି । 7 ଲକ୍ଷ ରୁ ଉଦ୍ଧ୍ବ ମଧ୍ୟ ସୁସ୍ଥ ହୋଇଛନ୍ତି । ତେବେ 3 ଲକ୍ଷ 90 ହଜାର 459ଟି ମାମଲା ଆକ୍ଟିଭ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.