ETV Bharat / bharat

ଚାରିଧାମରେ 14ହଜାରରୁ ଉର୍ଦ୍ଧ୍ବ ବିଦେଶୀ ଶ୍ରଦ୍ଧାଳୁ - ଚାରିଧାମରେ 14ହଜାରରୁ ଉର୍ଦ୍ଧ୍ବ ବିଦେଶୀ ଶ୍ରଦ୍ଧାଳୁ

ଶୀତଦିନରେ ବରଫ ପଡୁଥିବାରୁ ବନ୍ଦ ହୋଇଛି ଉତ୍ତରାଖଣ୍ଡର 3ଟି ଧାମ । ନଭେମ୍ବର 17ରୁ ବଦ୍ରିନାଥଙ୍କ ଦର୍ଶନ ବନ୍ଦ ହେବାକୁ ଥିବାବେଳେ ଚଳିତବର୍ଷ 14 ହଜାର 500 ବିଦେଶୀ ଶ୍ରଦ୍ଧାଳୁ ବଦ୍ରୀନାଥଙ୍କ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 5, 2019, 10:50 AM IST

ଡେରାଡୁନ: ଶୀତ ଦିନ ଆରମ୍ଭ ହୋଇଯାଇଥିବାବେଳେ ଦେବଭୂମୀ ଉତ୍ତରାଖଣ୍ଡରେ ବରଫ ପାତ ହେବା ମଧ୍ୟ ଆରମ୍ଭ ହୋଇଯାଇଛି । ସେନେଇ ଚାରିଧାମ ମଧ୍ୟରୁ ତିନୋଟି ଧାମର କବାଟ ବନ୍ଦ ହୋଇସାରିଛି । ଆସନ୍ତା 17ରରେ ଚତୁର୍ଥ ଧାମ ବଦ୍ରିନାଥଙ୍କର ମନ୍ଦିର ଦ୍ବାର ବନ୍ଦ କରାଯିବ । ତେବେ ଚଳିବର୍ଷ ଚାରି ଧାମ ଓ ହେମକୁଣ୍ଡ ସାହିବ ଦର୍ଶନରେ ଆସିଥିବା ଶ୍ରଦ୍ଧାଳୁ ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି । ଚଳିତ ତୀର୍ଥଯାତ୍ରା ସମୟରେ ବିଦେଶୀ ଯାତ୍ରୀଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଇଥିବା ଜଣାପଡିଛି ।

ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜା କହିଛନ୍ତି ଯେ, ଚାରଧାମ ଦର୍ଶନ କରିବାକୁ ଆସିଥିବା ବିଦେଶୀ ତୀର୍ଥଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । 2019 ଚାରିଧାମ ତୀର୍ଥଯାତ୍ରାରେ 14 ହଜାର 500 ବିଦେଶୀ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା । ଏହାସହିତ ଦେଶ ବିଦେଶରୁ ପ୍ରାୟ 34 ଲକ୍ଷ 10 ହଜାର 380ରୁ ଅଧିକ ଶ୍ରଦ୍ଧାଳୁ ଚାରି ଧାମ ଦର୍ଶନ କରିଥିବା ଜଣାପଡିଛି । ଏହାର ଫଳସ୍ବରୂପ ସ୍ଥାନୀୟ ସ୍ତରରେ ଆର୍ଥିକ ସ୍ଥିତି ସୃଦୃଢ ହୋଇଥିବା ମନ୍ତ୍ରୀ କହିଛନ୍ତି ।

ପର୍ଯ୍ୟଟନ ସଚିବ ଦିଲୀପ ଜାବଲକରଙ୍କ ଅନୁସାରେ, ଉତ୍ତରାଖଣ୍ଡ ପର୍ଯ୍ୟଟନ ବିକାଶ ପରିଷଦର ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଚାରି ଧାମର ପ୍ରଚାର ପ୍ରସାର କରାଯାଉଛି । ଯେଉଁଥିପାଇଁ ବିଦେଶୀ ଯାତ୍ରୀଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.