ETV Bharat / bharat

ପିଥୌରାଗଡରେ ବାଦଲଫଟା ବର୍ଷା, 14 ମୃତ - ପିଥୌରାଗଡରେ ବାଦଲଫଟା ବର୍ଷା

ରବିବାର ରାତିରେ ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ ବିନାଶକାରୀ ବାଦଳଫଟା ବର୍ଷା ରେ 14 ଜଣଙ୍କର ମୃତ୍ୟୁ ହୋଇଛି ଅନ୍ୟ ଲୋକଙ୍କୁ ଖୋଜୁଛି ଉଦ୍ଧାରକାରୀ ଦଳ । ଅଧିକ ପଢନ୍ତୁ...

ପିଥୌରାଗଡରେ ବାଦଲଫଟା ବର୍ଷା, 14 ମୃତ
ପିଥୌରାଗଡରେ ବାଦଲଫଟା ବର୍ଷା, 14 ମୃତ
author img

By

Published : Jul 21, 2020, 11:53 AM IST

ଡେରାଡୁନ: ପିଥୌରାଗଡ ଜିଲ୍ଲାର ମୁନ୍ସୟାରିରେ ବାଦଲ ଫଟା ବର୍ଷା ଯୋଗୁଁ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ମୋଟ 14 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଟାଙ୍ଗା ଗାଁର 11 ଜଣ ଏବଂ ଗେଲା ଗାଁର 3 ଜଣ ଅଛନ୍ତି। ଟାଙ୍ଗା ଗାଁର ମୃତକଙ୍କ ମଧ୍ୟରେ 6 ଜଣ ମହିଳା ଓବଂ 5 ଜଣ ପୁରୁଷ ଅଛନ୍ତି । ଏଥି ସହ ଗେଲା ଗାଁରୁ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ 3ଟି ମୃତଦେହ ଉଦ୍ଧାର କରିଛନ୍ତି। ଏଥିରେ ଗୋଟିଏ ପରିବାରର 6 ଜଣଙ୍କର ମୃତ୍ୟୁ ହୋଇଛି । ଟାଙ୍ଗାରେ ନିଖୋଜ ବ୍ୟକ୍ତିଙ୍କ ପାଇଁ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାମୁତାବକ, ରବିବାର ରାତିରେ ଗେଲା ଗାଁରେ ଭୂସ୍ଖଳନ ହେତୁ ଦୁଇଟି ଘର ନଷ୍ଟ ହୋଇଛି। ଏଥିରେ ଗୋଟିଏ ପରିବାରର 6 ଜଣ ସଦସ୍ୟ ପୋତି ହୋଇଯାଇଥିବାବେଳେ, ଅନ୍ୟ ପରିବାରର 5 ଜଣ ସଦସ୍ୟ ରାତିରେ ଅନ୍ୟ ସ୍ଥାନକୁ ଯାଇ ନିଜ ଜୀବନ ରକ୍ଷା କରିଥିଲେ । ଟାଙ୍ଗା ଗାଁରେ ମଧ୍ୟ ପ୍ରବଳ ବର୍ଷା ହେତୁ ଭୂସ୍ଖଳନରେ 5ଟି ଘର ନଷ୍ଟ ହୋଇଯାଇଛି । ଏସଡିଆଏଫ ଟିମ ନିଖୋଜ ଲୋକଙ୍କୁ ଖୋଜୁଥିବା ପ୍ରଶାସନ କହିଛି ।

2019ରେ ଟାଙ୍ଗା ଗ୍ରାମରେ ମଧ୍ୟ ଏକ ବିପର୍ଯ୍ୟୟ ଘଟିଥିଲା ।​ ଗ୍ରାମବାସୀ ଜଙ୍ଗଲରେ ରହି ନିଜ ଜୀବନ ରକ୍ଷା କରିଥିଲେ। ଏହା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ସେମାନଙ୍କ ଥଇଥାନ ନେଇ ଦାବି କରାଯାଇଥିଲା। ବିପର୍ଯ୍ୟୟଗ୍ରସ୍ତ ଗ୍ରାମକୁ ପୁନଃ ଥଇଥାନ ହୋଇନଥିବାବେଳେ, ପୁଣି ଆଉ ଏକ ବିପଦର ସାମ୍ନା କଲେ ଗ୍ରାମବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.