ଗୌହାଟି: ଆସାମର ନାଗାଁଓ ଜିଲ୍ଲାରେ ଏକ 14.4 ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି । ଯାହାର ଓଜନ ରହିଛି 35 କିଲୋଗ୍ରାମ । ତେବେ ମଙ୍ଗଳବାର ବନବିଭାଗ କର୍ମଚାରୀ କିଛି ଏନଜିଓ କର୍ମଚାରୀଙ୍କ ସହ ମିଶି ଏହି ସାପକୁ ଉଦ୍ଧାର କରିଛି ।
ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଜଣେ ବନ କର୍ମଚାରୀଙ୍କ କହିବାନୂଯାୟୀ, ଏହି ଅଜଗର ନଗାଁଓ ଜିଲ୍ଲାର ଏକ ଚା' ବଗିଚାରେ ପଶିଥିଲା । ଏହାକୁ ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି । ତେବେ ସାପଟିକୁ ଦେଖି ଚା' ବଗିଚାରେ କାମ କରୁଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏହାପରେ ସେମାନେ ବନବିଭାଗକୁ ଖବର ଦେଇଥିଲେ । ଏହାପରେ ସାପଟିକୁ ଉଦ୍ଧାର କରାଯାଇଥିଲା ।