ETV Bharat / bharat

ମହାରାଷ୍ଟ୍ରରେ 1346 କୋରୋନା ଆକ୍ରାନ୍ତ: ମୁମ୍ବାଇରେ ସର୍ବାଧିକ

ମୁମ୍ବାଇରେ କୋରୋନା ସ୍ଥିତି ଭୟଙ୍କର ହୋଇପଡିଛି । ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ମହାରାଷ୍ଟ୍ର ସରକାର ଷ୍ଟେଟ ରିଜର୍ଭ ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ 1346 କୋରୋନା ଆକ୍ରାନ୍ତ: ମୁମ୍ବାଇରେ ସର୍ବାଧିକ
ମହାରାଷ୍ଟ୍ରରେ 1346 କୋରୋନା ଆକ୍ରାନ୍ତ: ମୁମ୍ବାଇରେ ସର୍ବାଧିକ
author img

By

Published : Apr 10, 2020, 1:03 AM IST

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ସେଠାରେ 1346 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମୁମ୍ବାଇରେ ସର୍ବାଧିକ ଆକ୍ରାନ୍ତ ଅଛନ୍ତି । ଏବେ ସୁଦ୍ଧା ମୁମ୍ବାଇରେ 746 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ମହାରାଷ୍ଟ୍ର ସରକାର ଷ୍ଟେଟ ରିଜର୍ଭ ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଶେଷ କରି ଯେଉଁ ସବୁ ଜାଗାରେ ଲୋକଙ୍କ ଭିଡ ଅଧିକ ରହିଛି ସେଠାରେ ପୋଲିସ ମୁତୟନ କରି ଲକଡାଉନ ପାଳନ କଡାକଡି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଅଧିକ ଲୋକ ଥିବା ସହରରେ ବଡ ପରିବାରର ସଦସ୍ୟଙ୍କୁ ସ୍କୁଲରେ ରଖିବାର ବ୍ୟବସ୍ଥା କରାଯାଉଛି । ଫଳରେ ସାମାଜିକ ଦୂରତାକୁ ସଠିକ ଭାବେ ପାଳନ କରାଯାଇପାରିବ ।

ସେହିପରି ଶୌଚାଳୟ ବ୍ୟବହାର ଏକ ସମସ୍ୟା ଭାବେ ଉଭା ହୋଇଛି । ଅଧିକ ଜନବହୁଳ ସହରରେ ପ୍ରାୟ ଗୋଟିଏ ଟଏଲେଟକୁ ଗୋଟିଏ ଦିନରେ 200 ଲୋକ ବ୍ୟବହାର କରୁଛନ୍ତି । ଏପରି ଜାଗାରେ ଦମକଳ ବାହିନୀ ଦ୍ବାରା କମ୍ୟୁନିଟି ଟଏଲେଟକୁ ସାନିଟାଇଜ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.