ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଭୟଙ୍କର ରୂପ ନେଉଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8000 ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 342 ଛୁଇଁଛି । ଏଠାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ମୁମ୍ବାଇ ହୋଇଛି ।
ତେବେ ଏସିଆର ବୃହତ ବସ୍ତି ଧରାବୀରେ ମଧ୍ୟ ପରିସ୍ଥିତି ଅଣାୟତ୍ତ ହେଉଛି । ପ୍ରତିଦିନ ନୂଆ ନୂଆ ମାମଲା ସାମନାକୁ ଆସୁଛି । ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକ ଏହି ସଂକ୍ରମଣ ବ୍ୟାପିବାର ମୂଳ କାରଣ ବୋଲି ଜଣାପଡିଛି । ପରିସ୍ଥିତି ସମ୍ଭାଳିବାକୁ ନେଇ ବ୍ରିହାନ ମୁମ୍ବାଇ ପୌର ପରିଷଦ ଚିନ୍ତାରେ ପଡିଛି ।
ସୋମବାର ବସ୍ତିରେ ନୂଆ 13ଟି ମାମଲା ବାହାରିଛି । ରବିବାର 34 ଆକ୍ରାନ୍ତ ସ୍ପଷ୍ଟ ହୋଇଥିଲେ । ଏବେ ସୁଦ୍ଧା ମୋଟ 288 ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ 14 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି ।
ସୌଜନ୍ୟ@ANI