ETV Bharat / bharat

26/11ଆକ୍ରମଣକୁ 12 ବର୍ଷ, ଦୋହଲି ଯାଇଥିଲା ଦେଶ - ଆତଙ୍କୀ ଆକ୍ରମଣକୁ ପୁରିଲା 12 ବର୍ଷ

ମୁମ୍ବାଇ ଠାରେ 2008ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପୁରିଛି 12 ବର୍ଷ । ଏହି ବିଭତ୍ସ ଘଟଣାକୁ 12 ବର୍ଷ ବିତିଯାଇଥିଲେ ମଧ୍ୟ ଦେଶବାସୀଙ୍କ ମାନସପଟରୁ ଲିଭି ପାରୁନାହିଁ ଏହାର ବର୍ବର ଚିତ୍ର । ଅଧିକ ପଢ଼ନ୍ତୁ...

12 years of 26/11 mumbai terror strike, mumbai attack, terror attack, 26/11 ଆତଙ୍କୀ ଆକ୍ରମଣ, ଆତଙ୍କୀ ଆକ୍ରମଣକୁ ପୁରିଲା 12 ବର୍ଷ, 2008 ନବେମ୍ବର 26
26/11 ଆତଙ୍କୀ ଆକ୍ରମଣକୁ ପୁରିଲା 12 ବର୍ଷ
author img

By

Published : Nov 26, 2020, 10:17 AM IST

ହାଇଦ୍ରାବାଦ: ଆଜିକୁ ଠିକ୍‌ 12 ବର୍ଷ ତଳେ 2008 ମସିହାରେ ଭାରତରେ ଘଟିଥିଲା ଏପରି ଏକ ଘଟଣା ଯାହା ସାରା ଭାରତବାସୀଙ୍କ ମନରେ ଚିର ଦିନ ପାଇଁ ଏକ ଦାଗ ଛାଡି ଦେଇଯାଇଛି । ସେଦିନ ଭାରତର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ସହରକୁ ସମୁଦ୍ର ବାଟ ଦେଇ ପଶି ଆସିଥିଲେ ପାକିସ୍ତାନୀ ଆତଙ୍କୀ । ଆଉ ମୁମ୍ବାଇ ସହରକୁ କରିଦେଇଥିଲେ ଛାରଖାର ।

ବିଦେଶୀ ନାଗରିକଙ୍କ ସହ ପ୍ରାୟ 166ରୁ ଅଧିକ ଲୋକଙ୍କର ଯାଇଥିଲା ଜୀବନ । 4 ଦିନ ଧରି ଚାଲିଥିଲା ଏହି ଲୋମହର୍ଶଣକାରୀ ଘଟଣା । 26/11 ର ଏହି ଆକ୍ରମଣ, ଯାହା ଜାତୀୟ ସୁରକ୍ଷା ପ୍ରତି ଭାରତର ଦୃଷ୍ଟିକୋଣକୁ ବଦଳାଇ ଦେଇଥିଲା ଏବଂ ଏହାର ସାମୁଦ୍ରିକ ତଦାରଖ ଏବଂ ଆନ୍ତଃ-ଏଜେନ୍ସି ସମନ୍ବୟ ତଥା ସୂଚନା ବିସ୍ତାର କରିବାରେ ସହାୟକ ହୋଇଥିଲା । 10 ଆତଙ୍କୀ ମହାନଗରରୀ ପଶି ଘଟାଇଥିବା ଏହି ପାଶବିକ କାଣ୍ଡର ସାକ୍ଷୀ ହୋଇଥିଲା ସାରା ଦେଶ ।

କେମିତି ଥିଲା ସେଦିନ ରାତିର ଘଟଣା

  1. ଲଶ୍କର-ଏ-ତୋଇବାର ଆତଙ୍କୀ ସମୁଦ୍ର ମାର୍ଗ ଦେଇ ଭାରତ ମଧ୍ୟକୁ କରିଥିଲେ ପ୍ରବେଶ । ପାକିସ୍ଥାନର କରାଚିରୁ ଏହି ସମୁଦ୍ର ମାର୍ଗର ହୋଇଥିଲା ଉତ୍ପତି । ନଭେମ୍ବର 23, 2008 ର ରାତିରେ, ଏହି ଗୋଷ୍ଠୀ ଏକ ଭାରତୀୟ ମତ୍ସ୍ୟଜୀବୀ ଟ୍ରଲର ଏମଭି କୁବେରକୁ ହାଇଜ୍ୟାକ କରି ନେଇଥିଲେ। ନିଜକୁ ପଥଭ୍ରଷ୍ଟ ବୋଲି ଦର୍ଶାଇ ସେମାନେ ଟ୍ରଲରରେ ଚଢ଼ିଗଲେ ଏବଂ ଟ୍ରଲର ମୁମ୍ବାଇ ନିକଟବର୍ତ୍ତୀ ହେବା ମାତ୍ରେ ସେମାନେ ଏମଭି କୁବରର କ୍ୟାପଟେନ ଅମରଚାନ୍ଦ ସୋଲାଙ୍କିଙ୍କୁ ହତ୍ୟା କଲେ।
  2. ଏହାପରେ ଗ୍ରୁପ୍ ଡଙ୍ଗା ଚଲାଇ ନଭେମ୍ବର 26 ରାତି ପ୍ରାୟ 8.15 ସମୟରେ ମୁମ୍ବାଇରେ ଅବତରଣ କରିଥିଲା। ଗ୍ରେନେଡ୍, AK-47 ରାଇଫଲ, ଜିପିଏସ୍ ସେଟ୍, ଖାଇବା ସାମଗ୍ରୀ ଏବଂ ମୋବାଇଲ୍ ସେଟ୍ ସହିତ ଏହି ଗୋଷ୍ଠୀ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସରେ ପ୍ରଥମ ଆକ୍ରମଣ କରିଥିଲା। ଏହି ଆକ୍ରମଣର ବଞ୍ଚିଥିବା ଆତଙ୍କବାଦୀ ଅଜମଲ କସାବ ଯାହାକୁ ଫାଶୀ ଦିଆଯାଇଥିଲା ଅନ୍ୟ ଜଣେ ଆତଙ୍କବାଦୀ ଇସମାଇଲ ଖାନ ସହ ମିଶି CST ରେ ପ୍ରାୟ 58 ଜଣଙ୍କୁ ହତ୍ୟା କରିଥିଲା ଏବଂ 100 ରୁ ଅଧିକ ଆହତ ହୋଇଥିଲେ।
  3. କାମା ହସ୍ପିଟାଲ ଉପରେ ସେମାନଙ୍କର ଉଦ୍ୟମକୁ ହସ୍ପିଟାଲର ସତର୍କ କର୍ମଚାରୀମାନେ ବିଫଳ କରିଥିଲେ। ତେବେ ବନ୍ଧୁକଧାରୀମାନେ ଏଟିଏସ୍ ମୁଖ୍ୟ ହେମନ୍ତ କର୍କରେ, ବିଜୟ ସାଲାସ୍କର ଏବଂ ଅଶୋକ କାମଟେଙ୍କ ସମେତ 6 ଜଣ ପୋଲିସ ଅଧିକାରୀଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ ।
  4. କସାବ ଏବଂ ଇସମାଇଲ ସେହି ତିନିଜଣ ପୋଲିସ କର୍ମୀ ଯାତ୍ରା କରୁଥିବା ସମାନ କାରକୁ ନେଇ ସେମାନଙ୍କ ବର୍ବର ହତ୍ୟାକାଣ୍ଡ ଜାରି ରଖିଥିଲେ। ପୋଲିସ ଗାଡ଼ି ଉପରକୁ ଗୁଳି ଚଳାଇ ଏହାର ଟାୟାରକୁ ଅଚଳ କରିବା ପରେ ସେମାନେ MH 01 BA 569 ଟୟୋଟା କ୍ବାଲିସ୍ ଗାଡ଼ିକୁ ଛାଡ଼ି ଦେଇଥିଲେ ।
  5. 2008 ମସିହାରେ ଏହି ଦିନ ହିଁ ବେବି ମୋଶେ, ଇସ୍ରାଏଲର ଏକ ଛୋଟ ଶିଶୁ, ଯିଏକି ଏହି ଆକ୍ରମଣରେ ବଞ୍ଚିଥିବା ଲୋକ ମଧ୍ୟରେ ଥିଲା । ଏହି ଆକ୍ରମଣରେ ମୋଶେଙ୍କ ପିତାମାତା ରାବି ଗାଭ୍ରିଏଲ୍ ଏବଂ ରିଭକାତଙ୍କୁ ଅନ୍ୟ 4 ଇସ୍ରାଏଲ ନାଗରିକଙ୍କ ସହ ଆତଙ୍କବାଦୀ ମାନେ ନରିମନ ହାଉସରେ ହତ୍ୟା କରିଥିଲେ । ଯାହାପରେ ଶିଶୁ ମୋଶେ ଅନାଥ ହୋଇଯାଇଥିଲେ। 2 ବର୍ଷୀୟ ମୋଶାଙ୍କୁ ତାଙ୍କ ଆୟା ଉଦ୍ଧାର କରିଥିଲେ।
  6. କସାବ ଏବଂ ଇସମାଇଲ ଗୋଟିଏ ପାର୍ଶ୍ବରେ ଗୁଳି ବିନିମୟ ଜାରି ରଖିଥିବା ବେଳେ ଅନ୍ୟ ଏକ ଆତଙ୍କବାଦୀ ଗୋଷ୍ଠୀ ଟ୍ରାଇଡେଣ୍ଟ ହୋଟେଲରେ ଆକ୍ରମଣ କରିଥିଲେ। ଦୁଇଜଣ ଆତଙ୍କବାଦୀ ରିସେପ୍ସନରେ ଦ୍ବାରପାଳ ତଥା କର୍ମଚାରୀଙ୍କ ଉପରେ ଗୁଳି ଚାଳନା କରି 800 ସୁଇଟ୍ ବିଶିଷ୍ଟ ହୋଟେଲର ଲବିରେ ପ୍ରବେଶ କରିଥିଲେ। ଆତଙ୍କବାଦୀମାନେ ଅନେକ ବିଦେଶୀ ପର୍ଯ୍ୟଟକଙ୍କୁ ବନ୍ଧକ ରଖିଥିଲେ। ନଭେମ୍ବର 27 ରେ ପ୍ରାୟ ସକାଳ 6ଟା ବେଳକୁ ସତ୍ତାଗତ ବିଳମ୍ବ ପରେ NSG ଏହି ଅପରେସନ ହାତକୁ କଲା । ନଭେମ୍ବର 28 ରେ ଅବରୋଧ ଶେଷ ହୋଇଥିଲା ଏବଂ 143 ଜଣ ବନ୍ଧକ ଜୀବନ୍ତ ଉଦ୍ଧାର ହୋଇଥିବାବେଳେ 24 ଟି ମୃତଦେହ ଉଦ୍ଧାର କରାଯାଇଥିଲା। ଉଭୟ ଆତଙ୍କବାଦୀଙ୍କୁ ଏନଏସଜି କମାଣ୍ଡୋ ହତ୍ୟା କରିଥିଲେ।
  7. ଧୂଆଁରେ ପୂର୍ଣ୍ଣ ହୋଇଥିବା ଆଇକନିକ୍ ତାଜ ହୋଟେଲର ଐତିହାସିକ ଗମ୍ବୁଜ ଭୟଙ୍କର ଆକ୍ରମଣର ସ୍ମରଣୀୟ ଚିତ୍ର ପାଲଟିଗଲା। ଚାରିଜଣ ସଶସ୍ତ୍ର ଆତଙ୍କବାଦୀ ଆଇକନିକ୍ ବିଲ୍ଡିଂ ଏବଂ ଏହାର ଅଧିବାସୀମାନଙ୍କୁ ପ୍ରାୟ 60 ଘଣ୍ଟା ଧରି ବନ୍ଧକ ରଖିଥିଲେ। ଅବଦୁଲ ରେହମାନ ବଡା, ଅବୁ ଅଲି, ଶୋଏବ ଏବଂ ଉମର ସୁରକ୍ଷା ବାହିନୀ ଦ୍ବାରା ନିହତ ହୋଇଥିଲେ। ଏହି ଅପରେସନ ସମୟରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ସ୍ପେଶାଲ ଆକ୍ସନ ଗ୍ରୁପରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀ ମେଜର ସନ୍ଦୀପ ଉନିକ୍ରିଷ୍ଣନ ଶହୀଦ ହୋଇଥିଲେ। ନଭେମ୍ବର 28 ରେ ଅବରୋଧ ଶେଷ ହୋଇଥିଲା।

ଏହି ବିଭତ୍ସ ଘଟଣାକୁ 12 ବର୍ଷ ବିତିଯାଇଥିଲେ ମଧ୍ୟ ଦେଶବାସୀଙ୍କ ମାନସପଟରୁ ଲିଭି ପାରୁନାହିଁ ଏହାର ବର୍ବର ଚିତ୍ର । ନିଜ ପ୍ରିୟ ଜନଙ୍କୁ ହରାଇଥିବା ଲୋକଙ୍କୁ ଆଖିରୁ ଆଜି ବି ବହି ଯାଉଛି ଦୁଃଖ ଓ ବେଦନାର ଲୁହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.