ETV Bharat / bharat

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: 12 ଆହତ, 4 ଗୁରୁତର

author img

By

Published : Feb 13, 2020, 2:50 PM IST

ରାଜସ୍ଥାନର ସିକର ସହରରେ ଶେଖପୁର ମହଲ୍ଲାରେ ଗୁରୁବାର ସକାଳେ ଏକ ଦୋକାନ ଘରେ ଗ୍ୟାସ ସିଲିଣ୍ଡର ଫାଟି 12 ଆହତ ହୋଇଛନ୍ତି । ଗ୍ୟାସରେ ନିଆଁ ଲାଗିଥିବ ସମୟରେ ଦେଖିବାକୁ ରୁଣ୍ଡ ହୋଇଥିଲେ ଲୋକେ । ହଠାତ ବିସ୍ଫୋରଣରେ ଫାଟିଥିଲା ଗ୍ୟାସ ସିଲିଣ୍ଡର । ଅଧିକ ପଢନ୍ତୁ...

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ

ସିକର: ଗ୍ୟାସ ସିଲିଣ୍ଡର ବିସ୍ଫୋରଣର ଛାତିଥରା ଭିଡିଓ । ରାଜସ୍ଥାନର ସିକର ସହରରେ ଶେଖପୁର ମହଲ୍ଲାରେ ଗୁରୁବାର ସକାଳେ ଏକ ଦୋକାନ ଘରେ ଗ୍ୟାସ ସିଲିଣ୍ଡର ଫାଟି 12 ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 4 ଗୁରୁତରଙ୍କୁ ଜୟପୁରକୁ ସ୍ଥାନାନ୍ତର କରାଯାଇଛି ।

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ

ସୂଚନା ଅନୁସାରେ ଶେଖପୁରା ମହଲ୍ଲାର କୁରୈଶିୟାନ ନାମକ ଏକ ଦୋକାନ ଘରେ ଏହି ବିସ୍ଫୋରଣ ହୋଇଛି । ସକାଳୁ ଖାଇବା ପ୍ରସ୍ତୁତ କରିବା ନିମନ୍ତେ ଗ୍ୟାସ ଲଗାଇବା ମାତ୍ରେ କୌଣସି କାରଣବଶତଃ ଗ୍ୟାସ ସିଲିଣ୍ଡରେ ନିଆଁ ଲାଗିଯାଇଥିଲା । ହଠାତ କିଛି ଲୋକ ସେଠାରେ ଏକତ୍ରିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଜୋରଦାର ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ 12 ଜଣ ଆହତ ହୋଇଥିଲେ ।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲେ ଯେ, ଦୋକାନ ଘର ସଂଲଗ୍ନ ଅନେକ ଘରେ କମ୍ପନ ସୃଷ୍ଟି ହୋଇଥିଲା । ଗ୍ୟାସ ସିଲିଣ୍ଡରେ ବିସ୍ଫୋରଣ ପରେ ସୂଚନା ପାଇ ନଗର ପରିଷଦ, ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.