ETV Bharat / bharat

ପଶ୍ଚିମବଙ୍ଗରେ ଅମ୍ଫାନ ତାଣ୍ଡବ: 12 ମୃତ - କୋଲକତା ହାଓ୍ବାଡା ବ୍ରିଜ

ବାତ୍ୟା ଅମ୍ଫାନ ଗଲା ପରେ ଭାଙ୍ଗି ଦେଇଛି ଅମ୍ଫାନ । ବାତ୍ୟାପରେ ନିଜର ଭଙ୍ଗା ଦଦରା ଘରକୁ ସଜାଡିବାରେ ଲାଗିଛନ୍ତି ଲୋକେ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ଅମ୍ଫାନର ତାଣ୍ଡବ: 12 ଲୋକ ମୃତ, ଜଳାର୍ଣ୍ଣବ ହେଲା ଏୟାରପୋର୍ଟ

author img

By

Published : May 21, 2020, 2:40 PM IST

କୋଲକତା: ପଶ୍ଚିମବଙ୍ଗରେ ଅମ୍ଫାନ କରାଳରୂପ । ରାଜ୍ୟର ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ବାତ୍ୟା ଯୋଗୁଁ ରାଜ୍ୟରେ 12 ଜଣଙ୍କର ମୃତ୍ୟୁ ଘଟିଛି । ଏହା ଦ୍ୱାରା ରାଜ୍ୟର ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଛି । ତଳିଆ ଓ ଦିଘାର ଆଖପାଖ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ।

ପଶ୍ଚିମବଙ୍ଗରେ ଅମ୍ଫାନର ତାଣ୍ଡବ: 12 ଲୋକ ମୃତ, ଜଳାର୍ଣ୍ଣବ ହେଲା ଏୟାରପୋର୍ଟ
ପଶ୍ଚିମବଙ୍ଗରେ ଅମ୍ଫାନର ତାଣ୍ଡବ: 12 ଲୋକ ମୃତ, ଜଳାର୍ଣ୍ଣବ ହେଲା ଏୟାରପୋର୍ଟ

ତେବେ ବାତ୍ୟା ଅମ୍ଫାନରେ ଜୀବନ ଯାଇଥିବା ଲୋକଙ୍କ ଭିତରୁ କୋଲକତାରୁ 2, ମେଦିନୀପୁର ରୁ 3, ହାଓ୍ବଡାରୁ 1, ହୁଗୁଳିରୁ 3, ନର୍ଥ 24 ପାରଗାନାରୁ 2 ଓ ନାଦିଆରେ ଜଣଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ସରକାରଙ୍କ ସଚେତନତା ହେତୁ ଏହି ବାତ୍ୟାରେ ଅଧିକାଂଶ ଜୀବନ ନଷ୍ଟ ହେବାରୁ ବଞ୍ଚିଯାଇଛି । ହେଲେ ଅନେକ ଘର, ଗାଡି ଓ ସମ୍ପତ୍ତି ଆଦି ନଷ୍ଟ ହୋଇଛି ।

ବାତ୍ୟା କାରଣରୁ ଗଛରେ ଉପୁଡୁ ପଡିଛି ଗଛ
ବାତ୍ୟା କାରଣରୁ ଗଛରେ ଉପୁଡୁ ପଡିଛି ଗଛ
ପଶ୍ଚିମବଙ୍ଗରେ  ବାତ୍ୟାର ତାଣ୍ଡବ
ପଶ୍ଚିମବଙ୍ଗରେ ବାତ୍ୟାର ତାଣ୍ଡବ

ପ୍ରବଳ ବର୍ଷା କାରଣରୁ ଅନେକ ଅଞ୍ଚଳରେ ପାଣି ଜମି ରହିଥିବାବେଳେ, ବହୁ ସଂଖ୍ୟକ ଘର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବାତ୍ୟା କାରଣରୁ ଅନେକଙ୍କ ଘର ଉପରେ ଗଛ ପଡିଯିବାରୁ ଘର ଗୁଡିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଖାଲି ସେତିକି ନୁହେଁ, ଅମ୍ଫାନ କାରଣରୁ ବିଦ୍ୟୁତ ପ୍ରବାହ ମଧ୍ୟ ବ୍ୟାଘାତ ଘଟିଛି । ରାସ୍ତା କଡରେ ବହୁ ସଂଖ୍ୟାରେ ବିଦ୍ୟୁତ ଖୁଣ୍ଟ ମାନ ଉପୁଡି ପଡିଛି ।

ପଶ୍ଚିମବଙ୍ଗରେ ଜଳାର୍ଣ୍ଣବ ହେଲା ଅଧିକାଂଶ ଅଞ୍ଚଳ

ତେବେ ଏନଡିଆରଏଫ ଟିମ ଦ୍ବାରା ରାସ୍ତାରେ ପଡିଥିବା ଗଛ ଓ ବିଦ୍ୟୁତ ଖୁଣ୍ଟ ଗୁଡିକୁ କଟାଯାଇ ରାସ୍ତା ସଫାକରାଯାଉଛି । ଏହାବ୍ୟତୀତ କୋଲକତା ଏୟାରପୋର୍ଟର ଅଧିକାଂଶ ଭାଗ ଜଳାର୍ଣ୍ଣବ ହୋଇଥିବାବେଳେ, ହାଓ୍ବଡା ବ୍ରିଜ ମଧ୍ୟ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.