ETV Bharat / bharat

ଅହମ୍ମଦାବାଦରେ ଅଗ୍ନିକାଣ୍ଡ ଘଟଣା, 12 ମୃତ - ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କାରସହାୟତା ରାଶି

ଗୁଜୁରାଟ ଅହମ୍ମଦାବାଦର ଏକ ଲୁଗା କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 12 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ମିଳିଛି ସୂଚନା । ଅଧିକ ପଢନ୍ତୁ...

ଅହମ୍ମଦାବାଦ ଅଗ୍ନିକାଣ୍ଡ,12ମୃତ
ଅହମ୍ମଦାବାଦ ଅଗ୍ନିକାଣ୍ଡ,12ମୃତ
author img

By

Published : Nov 5, 2020, 3:22 PM IST

ଗାନ୍ଧୀନଗର: ଗୁଜୁରାଟର ଅହମ୍ମଦାବାଦର ଏକ ଲୁଗା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ 12ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାଅନୁସାରେ, ଅଗ୍ନିକାଣ୍ଡ ପରେ ଅହମ୍ମଦାବାଦର ପିରାନା-ପିପ୍ଲାଜ ବିସ୍ପୋରଣ ସ୍ଥଳରୁ 12ଜଣଙ୍କ ମୃତଦେହ ସହ ଗୁରୁତର ଅବସ୍ଥାରେ 10ଜଣଙ୍କୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ରାସାୟନିକ ପ୍ରତିକ୍ରିୟା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାରମ୍ଭକ ତଦନ୍ତରୁ ଜଣାପଡିଛି । ନିଆଁ ଲାଗିବାରୁ ଘରର ଏକ ଅଂଶ ଭୁଷୁଡି ପଡିଥିଲା । ଫଳରେ 12ଜଣଙ୍କର ଅକାଳରେ ଜୀବନ ଚାଲିଯାଇଛି ।

ବୁଧବାର ରାତି ପ୍ରାୟ 7ଟାରେ ଅହମ୍ମଦାବାଦ ପୌରପାଳିକା ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିଥିଲେ । ଘଟଣାର ତଦନ୍ତ ହେବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି କହିଛନ୍ତି ନରୋଲ ପୋଲିସ ଅଧିକାରୀ ଏସ ଏ ଗୋହିଲ ।

ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ସହ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ । ସେପଟେ ଅଗ୍ନିକାଣ୍ଡକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ସମସ୍ତ ଚିକିତ୍ସା ସୁବିଧା ଅଧିକାରୀମାନେ ଯୋଗାଇ ଦେଉଥିବା ସେ ସୂଚନା ଦେଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.