ETV Bharat / bharat

ମହାରାଷ୍ଟ୍ରରେ ସାଙ୍ଘାତିକ ପରିସ୍ଥିତି: 20 ହଜାର ପାର ଆକ୍ରାନ୍ତ - ମହାରାଷ୍ଟ୍ର କୋଭିଡ 19 କେସ

ମୁମ୍ବାଇରେ ମୋଟ ଆକ୍ରାନ୍ତ 12 ହଜାର 864 ଛୁଇଁଛି । ମୃତ୍ୟୁ ସଂଖ୍ୟା 489 ରହିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ସାଙ୍ଘାତିକ ପରିସ୍ଥିତି: 20 ହଜାର ପାର ଆକ୍ରାନ୍ତ

author img

By

Published : May 9, 2020, 11:55 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ ପରିସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଲଗାତାର ଦ୍ବିତୀୟ ଦିନ ହଜାରେ ଉପରେ କୋରୋନା ଆକ୍ରାନ୍ତ ବାହାରିଛି । ଶନିବାର 1165 ନୂଆ କେସ ରହିଛି । ଫଳରେ ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ ମୋଟ ଆକ୍ରାନ୍ତ 20 ହଜାର ପାର କରିଛି ।

ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ, ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାର 228 ରହିଛି । ସେହିପରି ଗତ 24 ଘଣ୍ଟାରେ 48 ଜଣଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇରେ ମୋଟ ଆକ୍ରାନ୍ତ 12 ହଜାର 864 ଛୁଇଁଛି । ମୃତ୍ୟୁ ସଂଖ୍ୟା 489 ରହିଛି । ପରିସ୍ଥିତି ଦେଖି ବ୍ରିହନମୁମ୍ବାଇ ପୌର ପରିଷଦ ପକ୍ଷରୁ କୋଭିଡ 19 କଣ୍ଟେନମେଣ୍ଟ ଜୋନ 2646କୁ ବୃଦ୍ଧି କରାଯାଇଛି ।

ସେହିପରି ଧାରାବିର ଅବସ୍ଥା ଖରାପ ହେବାରେ ଲାଗିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ଅଭିମୁଖେ ବଢୁଛି । ଶନିବାର 25ଟି ପଜିଟିଭ ଚିହ୍ନଟ ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 833ରେ ପହଞ୍ଚିଛି । ସେହିପରି 24 ଘଣ୍ଟାରେ ଗୋଟିଏ ମୃତ୍ୟୁ ସହ ମୋଟ 27 ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଏବେ ପର୍ଯ୍ୟନ୍ତ 222 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.