ETV Bharat / bharat

ଦେଶରେ 24 ଘଣ୍ଟାରେ ହୋଇଛି 11,64,018 କୋରୋନା ଟେଷ୍ଟ

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଅକ୍ଟୋବର 9 ତାରିଖରେ 11 ଲକ୍ଷ 64 ହଜାର 18ଟି କୋରୋନା ଟେଷ୍ଟ କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 କୋଟି 57 ଲକ୍ଷ 98 ହଜାର 975 ଟି ଟେଷ୍ଟ ସରିଛି ।

ଦେଶରେ 24 ଘଣ୍ଟାରେ ହୋଇଛି 11,64,018 କୋରୋନା ଟେଷ୍ଟ
ଦେଶରେ 24 ଘଣ୍ଟାରେ ହୋଇଛି 11,64,018 କୋରୋନା ଟେଷ୍ଟ
author img

By

Published : Oct 10, 2020, 10:52 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏବେବି ବହୁ ସଂଖ୍ୟାରେ କୋରୋନା ଟେଷ୍ଟ ଜାରି ରହିଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଅକ୍ଟୋବର 9 ତାରିଖରେ 11 ଲକ୍ଷ 64 ହଜାର 18ଟି କୋରୋନା ଟେଷ୍ଟ କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 କୋଟି 57 ଲକ୍ଷ 98 ହଜାର 975ଟି ଟେଷ୍ଟ ସରିଛି ।

ତେବେ ଭାରତରେ ଜାନୁଆରୀ ଠାରୁ ଅକ୍ଟୋବର ମଧ୍ୟରେ କୋରୋନା ଟେଷ୍ଟିଂ ବୃଦ୍ଧି ପାଇ 7.7 କୋଟିରୁ ଅଧିକରେ ପହଞ୍ଚିଛି । ଧୀରେ ଧୀରେ ପଜିଟିଭି ହାର ହ୍ରାସ ସହିତ କୋଭିଡ ସଂକ୍ରମଣର ପ୍ରସାରକୁ ସୀମିତ ରଖିବା ପାଇଁ ଏହି ପରୀକ୍ଷା ଏକ ପ୍ରଭାବଶାଳୀ ଉପକରଣ ଭାବରେ କାର୍ଯ୍ୟ କରିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ସୂଚନାଯୋଗ୍ୟ, 24 ଘଣ୍ଟାରେ 73,272 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 926 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 69 ଲକ୍ଷ 79 ହଜାର 424କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 59 ଲକ୍ଷ 88 ହଜାର 823 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 8 ଲକ୍ଷ 83 ହଜାର 185 ଆକ୍ରାନ୍ତ ଏବେବି ଦେଶରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ 1 ଲକ୍ଷ 7, ହଜାର 416 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.