ETV Bharat / bharat

ଦିଲ୍ଲୀରେ ପୁଣି ହଜାରେ ଉପରେ ଆକ୍ରାନ୍ତ, 20 ହଜାର ଅଭିମୁଖେ ପଜିଟିଭ

author img

By

Published : May 31, 2020, 12:49 AM IST

ଏପର୍ଯ୍ୟନ୍ତ ମୋଟ୍ ଆକ୍ରାନ୍ତ 18 ହଜାର 549 ପହଞ୍ଚିଛି । ସେହିପରି 18ଟି ମୃତ୍ୟୁ ସହ ମୋଟ୍ ମୃତ୍ୟୁସଂଖ୍ୟା 416 ରହିଛି ବୋଲି ଦିଲ୍ଲୀ ସରକାର କହିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀରେ ପୁଣି ହଜାରେ ଉପରେ ଆକ୍ରାନ୍ତ, 20 ହଜାର ଅଭିମୁଖେ ପଜିଟିଭ
ଦିଲ୍ଲୀରେ ପୁଣି ହଜାରେ ଉପରେ ଆକ୍ରାନ୍ତ, 20 ହଜାର ଅଭିମୁଖେ ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି କୋରୋନା ଆକ୍ରାନ୍ତ ହଜାରେ ପାର କରିଛି । ଶନିବାର 1163ଟି ନୂଆ କେସ ବାହାରିଛି । ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାର ଅଭିମୁଖେ ଆଗେଇଛି ।

ଏପର୍ଯ୍ୟନ୍ତ ମୋଟ୍ ଆକ୍ରାନ୍ତ 18 ହଜାର 549 ପହଞ୍ଚିଛି । ସେହିପରି 18ଟି ମୃତ୍ୟୁ ସହ ମୋଟ୍ ମୃତ୍ୟୁସଂଖ୍ୟା 416 ରହିଛି ବୋଲି ଦିଲ୍ଲୀ ସରକାର କହିଛନ୍ତି । ସେହିପରି ତାମିଲନାଡୁରେ କୋରୋନା ଆକ୍ରାନ୍ତ 21 ହଜାର ପାର କରିଛି । ଗତ 24 ଘଣ୍ଟାରେ ଏଠାରେ 856 ନୂଆ ଆକ୍ରାନ୍ତ ବାହାରିଛନ୍ତି । ମେଟ୍ ଆକ୍ରାନ୍ତ 21 ହଜାର 184 ରହିଛି । ଏଥିରୁ 9021ଟି ଆକ୍ଟିଭ ମାମଲା ରହିଛି । ରାଜ୍ୟରେ 160ଟି କୋରୋନାଜନିତ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଗୁଜରାଟରେ ଶନିବାର 412 ନୂଆ ମାମଲା ବାହାରିଛି । ସେହିପରି 621 ଜଣ ସୁସ୍ଥ ହୋଇ ବାହାରିଛନ୍ତି । 27 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଏବେ ଯାଏଁ ମୋଟ୍ 2 ଲକ୍ଷ 5 ହଜାର 780 ସାମ୍ପଲ ଟେଷ୍ଟ ହୋଇଥିବା ଗୁଜରାଟ ସରକାର ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.