ETV Bharat / bharat

ଗୋଟିଏ ପରିବାରର 11 ଜଣଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଜାରି

ଯୋଧପୁରରେ କିଛି ଦିନ ପୂର୍ବେ ପାକିସ୍ତାନରୁ ଏକ ପରିବାର ଯୋଧପୁରରେ ରହୁଥିବାବେଳେ, ରବିବାର ସକାଳେ ସେମାନଙ୍କ ଭିତରୁ 11 ଜଣଙ୍କର ମୃତ୍ୟୁଦେହ ମିଳିଥିବାବେଳେ, ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ଗୋଟିଏ ପରିବାରର 11 ଜଣଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଜାରି

author img

By

Published : Aug 9, 2020, 1:01 PM IST

ଜୟପୁର: ରାଜସ୍ଥାନର ଯୋଧପୁର ସ୍ଥିତି ଦେଚୁ ଥାନା କ୍ଷେତ୍ର ଲୋଡତା ଗାଁରେ ଗୋଟିଏ ପରିବାରର 11 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ପାଇ ପୋଲିସ ଉକ୍ତ ଅଞ୍ଚଳରେ ପହଞ୍ଚି ଦେଖିଲା ବେଳକୁ 11 ଜଣଙ୍କ ମୃତଦେହ ପଡିଥିବାବେଳେ, ସେଠାରେ ଆଉ ଜଣେ ଗୁରୁତର ଅବସ୍ଥାରେ ପଡିଥିଲା । ପୋଲିସ ଗୁରୁତରକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ମୃତକଙ୍କ ମଧ୍ୟରେ 2 ଜଣ ପୁରୁଷ, 4 ଜଣ ମହିଳା ଓ 5 ଜଣ ଶିଶୁ ରହିଛନ୍ତି ।

ଗୋଟିଏ ପରିବାରର 11 ଜଣଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଜାରି
ଗୋଟିଏ ପରିବାରର 11 ଜଣଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଜାରି

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମୃତକ ମାନେ ପାକ ବିସ୍ତାପିତ ଭୀଲ ସମାଜର ଅଟନ୍ତି । କିଛି ଦିନ ପୂର୍ବରୁ ସେମାନେ ପାକିସ୍ତାନରୁ ଯୋଧପୁର ଆସିଥିଲେ । ଆଉ ସମସ୍ତ ମୃତ ଲୋଡତା ଗାଁର ଏକ ଜମିରେ କାମ କରୁଥିଲେ ଆଉ ନିକଟରେ ଏକ କୁଡିଆ ଘର ତିଆରି କରି ସେଠାରେ ସମସ୍ତ ପରିବାର ରହୁଥିଲେ ।

ତେବେ ସେମାନଙ୍କର ମୃତ୍ୟୁ କୀଟନାଶକ ଦ୍ରବ୍ୟ ପିଇ ହୋଇଥିବା ଜଣାପଡିଛି । ଏନେଇ ଅଧିକ ସୂଚନା ନେଇ ଯୋଧପୁର ପୋଲିସ ସହ ଅନ୍ୟ ଅନୁସନ୍ଧାନକାରୀ ଦଳ ତଦନ୍ତ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.