ETV Bharat / bharat

24 ଘଣ୍ଟାରେ ଦେଶରେ ହୋଇଛି 11, 29,756 କୋରୋନା ଟେଷ୍ଟ: ICMR - ଆଇସିଏମଆର

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 11 ଲକ୍ଷ 29 ହଜାର 756 ନମୂନା ପରୀକ୍ଷା ସରିଛି। ଦେଶରେ ଥିବା ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ ଏହି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 5 କୋଟି 29 ଲକ୍ଷ 34 ହଜାର 433ଟି ନମୂନା ପରୀକ୍ଷା କରାଯାଇଛି ।

corona testing
24 ଘଣ୍ଟାରେ ଦେଶରେ 11, 29,756 କୋରୋନା ପରୀକ୍ଷା କରାଯାଇଛି
author img

By

Published : Sep 10, 2020, 10:45 AM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କ୍ରମରେ ଦେଶରେ କୋରୋନା ମାମଲା 44 ଲକ୍ଷ ପାର କରିଛି । ଦେଶରେ ବଢୁଥିବା ମହାମାରୀ କୋରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ କୋରୋନା ପରୀକ୍ଷା କରାଯାଉଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 11 ଲକ୍ଷ 29 ହଜାର 756 ନମୂନା ପରୀକ୍ଷା ସରିଛି। ଦେଶରେ ଥିବା ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ ଏହି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 5 କୋଟି 29 ଲକ୍ଷ 34 ହଜାର 433ଟି ନମୂନା ପରୀକ୍ଷା କରାଯାଇଛି ।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ ସର୍ବାଧିକ 95 ହଜାର 735 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 44 ଲକ୍ଷ 65, ହଜାର 864ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏବେସୁଦ୍ଧା 34 ଲକ୍ଷ 71ହଜାର 784 ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଯାହା ଦେଶ ପାଇଁ ଏକ ଆଶ୍ବସ୍ତିକର ଖବର । ଏଥିସହ 9 ଲକ୍ଷ 19ହଜାର 018 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏହାଛଡା 24 ଘଣ୍ଟାରେ ଦେଶରେ 1,172 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏଯାବତ୍ ଦେଶରେ 75062 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.