ETV Bharat / bharat

ରାଜସ୍ଥାନ ରାଜନୀତି: ସୋମବାର କଂଗ୍ରେସ ଦଳର ବୈଠକ, 109 ବିଧାୟକ ଜଣାଇଲେ ସମର୍ଥନ - ରାଜସ୍ଥାନ ରାଜନୀତି

ଆଉ କିଛି ଘଣ୍ଟା ପରେ ଉଠିପାରେ ରାଜସ୍ଥାନ ରାଜନୀତିରେ ଜାରି ସସପେନ୍ସ ଉପରୁ ପରଦା । 109 କଂଗ୍ରେସ ବିଧାୟକ ଗେହଲୋତ ସରକାରଙ୍କୁ ସମର୍ଥନ ଜଣାଇଥିବା ଦଳର ପ୍ରଭାରୀ ଅବିନାଶ ପାଣ୍ଡେଙ୍କ ସୂଚନା । ସୋମବାର ସକାଳ 10ଟା 30ରେ ହେବ କଂଗ୍ରେସ ବିଧାୟକ ଦଳର ବୈଠକ । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୀତି: ସୋମବାର କଂଗ୍ରେସ ଦଳର ବୈଠକ, 109 ବିଧାୟକ ଜଣାଇଲେ ସମର୍ଥନ

author img

By

Published : Jul 13, 2020, 3:44 AM IST

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ କାରଣରୁ ଏବେ ସରକାର ଉପରେ ଛୁଲୁଛି ଖଣ୍ଡା । ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ ଗେହଲଟ କଣ ସରକାର ବଞ୍ଚାଇବାକୁ ସମର୍ଥ ହେବେ ନା ପାଇଲଟ ମାରିନେବେ ବାଜି? ତେବେ ଏସବୁ ପ୍ରଶ୍ନ ଉପରୁ ଆଉ କିଛି ଘଣ୍ଟା ପରେ ପରଦା ଉଠିବାକୁ ଯାଉଛି ।

ରାଜ୍ୟରେ ବିଗିଡିଥିବା ରାଜନୈତିକ ସ୍ଥିତିକୁ ନଜରରେ ରଖି ଦିଲ୍ଲାରୁ 3 ଛାମୁଆ କଂଗ୍ରେସ ନେତାଙ୍କୁ ରାଜଧାନୀ ଜୟପୁର ପଠାଯାଇଛି । ଅନ୍ୟପକ୍ଷେ ସୋମବାର ସକାଳ 10ଟା 30ରେ କଂଗ୍ରେସର ବିଧାୟକ ଦଳ ବୈଠକ ହେବ । ଏହି ବୈଠକରେ ଗେହଲଟ ସରକାରଙ୍କ ଭବିଷ୍ୟତ ନିର୍ଦ୍ଧାରଣ ହେବାକୁ ଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିଛି ।

ଘଟଣାକୁ ନେଇ ଜୟପୁରରେ ମୁଖ୍ୟମନ୍ତ୍ରୀ ନିବାସରେ ସାମ୍ବାଦିକ ସମ୍ମିଳନୀ ଜାରି ରହିଥିଲା । ତେବେ କଂଗ୍ରେସର 109 ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ବକୁ ସମର୍ଥନ କରି ଏକ ଚିଠିରେ ଦସ୍ତଖତ କରିଥିବା ସୂଚନା ଦେଇଛନ୍ତି ଦଳର ପ୍ରଭାରୀ ତଥା ମହାସଚିବ ଅବିନାଶ ପାଣ୍ଡେ । ଏହାସହ ଆଉ କିଛି ବିଧାୟକଙ୍କ ସହ ଫୋନରେ କଥା ହୋଇଥିବାବେଳେ ସେମାନେ ମଧ୍ୟ ସକାଳସୁଦ୍ଧା ସରକାରକୁ ସମର୍ଥନ ଜଣାଇବେ ବୋଲି ଅବିନାଶ କହିଛନ୍ତି ।

ସୋମବାର ହେବାକୁ ଥିବା ଏହି ବୈଠକରେ କଂଗ୍ରେସ ଦଳ ପକ୍ଷରୁ ହ୍ବିପ ଜାରି କରାଯାଇଛି । ତେବେ ଯଦି କୌଣସି ବିଧାୟକ ବୈଠକରେ ଉପସ୍ଥିତ ନରୁହନ୍ତି ତାହାଲେ ସେମାନଙ୍କର ସଦସ୍ୟତା ଛଡାଇନିଆଯିବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷେ ସଚିନ ପାଇଲଟ ଦିଲ୍ଲୀରେ ଅଛନ୍ତି କି ନାହିଁ ଏହା ଉପରେ ଅବିନାଶ ପାଣ୍ଡେଙ୍କୁ ପ୍ରଶ୍ନ ପଚରାଯାଇଥିବାବେଳେ ସେ ଏ ସମ୍ପର୍କରେ ଜାଣିନଥିବା ପ୍ରତିକ୍ରିୟା ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.