ETV Bharat / bharat

କୋରୋନାକୁ ହରାଇଲେ 105 ବର୍ଷୀୟ ବୃଦ୍ଧା

author img

By

Published : Dec 21, 2020, 7:47 PM IST

କୋରୋନାକୁ ହରାଇଲେ 105 ବର୍ଷୀୟ ବୃଦ୍ଧା । ପୁଣେର ହିଞ୍ଜେଓ୍ବାଡାର 105 ବର୍ଷୀୟ ବୃଦ୍ଧା ଶାନ୍ତାବାଇ ଗଣପତ ହୁଲାଭାଲେ ଆରୋଗ୍ୟ ଲାଭ କରିଛନ୍ତି । ଅଧିକ ପଢନ୍ତୁ.....

105-Year Old Grandmother In Pune Successfully Fights And Overcomes Coronavirus
କୋରୋନାକୁ ହରାଇଲେ 105 ବର୍ଷିୟ ବୃଦ୍ଧା

ମୁମ୍ବାଇ : ହାରିଲା କୋରୋନା, ଜିତିଲେ ବୃଦ୍ଧା । କଥାଟି ଆଶ୍ଟର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ବୟସରେ ଅପରାହ୍ନରେ ପହଞ୍ଚିଥିଲେ ବି ଉତ୍ତମ ଚିକିତ୍ସା ଓ ଦୃଢ ଆତ୍ମ ବିଶ୍ବାସ ଯୋଗୁଁ ମହାମାରୀକୁ ପ୍ରତିହତ କରିଛନ୍ତି ପୁଣେର ହିଞ୍ଜେଓ୍ବାଡାର 105 ବର୍ଷୀୟ ବୃଦ୍ଧା ଶାନ୍ତାବାଇ ଗଣପତ ହୁଲାଭାଲେ । ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ବୃଦ୍ଧାଙ୍କ ଠାରେ କୋରୋନାର ଲକ୍ଷଣ ଦେଖାଯିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ସାନ୍ତାବାଇ କୋରୋନାରେ ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେଇଥିଲେ । ମାତ୍ର 15 ଦିନ ମଧ୍ୟରେ ସେ ଆରୋଗ୍ୟ ଲାଭ କରିଛନ୍ତି । ବୃଦ୍ଧାଙ୍କ ପରିବାର ଅନ୍ୟ ସଦସ୍ୟମାନେ ବି କୋରୋନାରେ ସଂକ୍ରମିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.