ETV Bharat / bharat

ଅକ୍ଟୋବର 26 ସୁଦ୍ଧା ଦେଶରେ ସରିଛି 10,44,20,894 କୋରୋନା ଟେଷ୍ଟ

ଭାରତର କୋରୋନା ସଂକ୍ରମଣ ସଂଖ୍ୟାକୁ ହ୍ରାସ କରିବାରେ ଲାଗିପଡିଛି ସ୍ବାସ୍ଥ୍ୟ ବିଭାଗ । ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ଟେଷ୍ଟିଂ ଲ୍ୟାବରେ କରାଯାଉଛି କୋରୋନା ଟେଷ୍ଟ । ଅଧିକ ପଢନ୍ତୁ...

author img

By

Published : Oct 27, 2020, 11:23 AM IST

ଅକ୍ଟୋବର 26 ସୁଦ୍ଧା ଦେଶରେ ସରିଛି 10,44,20,894 କୋରୋନା ସାମ୍ପଲ ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ ଅହେତୁକ ଭାବେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ଉପରେ ରୋକ ଲଗାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା କୋରୋନା ସାମ୍ପଲ ଟେଷ୍ଟ ସଫଳ ହୋଇଛି । ଯେଉଁଥିପାଇଁ ବର୍ତ୍ତମାନ ସମୟରେ ଏହି ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ।

ତେବେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 9 ଲକ୍ଷ 58 ହଜାର 116 ଟି ସାମ୍ପଲ ଟେଷ୍ଟ କରାଯାଇଛି । ଏହାକୁ ମିଶାଇ ଅକ୍ଟୋବର 26 ସୋମବାର ସୁଦ୍ଧା ମୋଟ 10 କୋଟି 44 ଲକ୍ଷ 20 ହଜାର 894ଟି ଟେଷ୍ଟ କରାଯାଇଛି ।

ବର୍ତ୍ତମାନ ଦେଶରେ 79 ଲକ୍ଷ 46 ହଜାର 429 ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି, ଯେଉଁଥିରେ ମୋଟ 1 ଲକ୍ଷ 19 ହଜାର 502 ଜଣ ଆକ୍ରାନ୍ତଙ୍କର ଜୀବନ ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.