ETV Bharat / bharat

ଉଦ୍ଧବ ଠାକରେଙ୍କ ଜନ୍ମଦିନ ପାଇଁ 1001 ଲଡୁ ଅର୍ପଣ

author img

By

Published : Jul 27, 2020, 8:06 PM IST

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସମର୍ଥକମାନେ ତାଙ୍କ ଜନ୍ମଦିନ ଅବସରରେ ଭଗବାନଙ୍କ ନିକଟରେ 1001 ଲଡୁ ଅର୍ପଣ କରାଯାଇଛି । ଅଧିକ ପଢନ୍ତୁ..

ଉଦ୍ଧବ ଠାକରେଙ୍କ ଜନ୍ମଦିନ ପାଇଁ 1001 ଲଡୁ ଅର୍ପଣ
ଉଦ୍ଧବ ଠାକରେଙ୍କ ଜନ୍ମଦିନ ପାଇଁ 1001 ଲଡୁ ଅର୍ପଣ

ଅଯୋଧ୍ୟା: ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ 60 ବର୍ଷରେ ପଦାର୍ପଣ କରିଛନ୍ତି । କୋରୋନା ପାଇଁ ସେ ନିଜ ଜନ୍ମଦିନ ଧୁମଧାମରେ ପାଳୁନଥିବାବେଳେ ସମର୍ଥକମାନେ କିନ୍ତୁ ଏହାକୁ ବେଶ ଉତ୍ସାହରେ ମନାଇଛନ୍ତି । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ତାଙ୍କ ଜନ୍ମଦିନ ଅବସରରେ ଭଗବାନଙ୍କ ନିକଟରେ 1001 ଲଡୁ ଅର୍ପଣ କରାଯାଇଛି ।

ଖବର ଅନୁସାରେ ଅଯୋଧ୍ୟାରେ ଥିବା ଭଗବାନ ହନୁମାନଙ୍କ ଗରହି ମନ୍ଦିରରେ ଏପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଉତ୍ତର ପ୍ରଦେଶ ଶିବସେନା ସଭାପତି ଅନୀଲ ସିଂହ ସୋମବାର ଏତେ ସଂଖ୍ୟାରେ ଲଡୁ ଭୋଗ ଭାବେ ଭଗବାନଙ୍କ ନିକଟରେ ଲଗାଇଛନ୍ତି । ଏହାସହ ସେ କହିଛନ୍ତି ଯେ ଉଦ୍ଧବଙ୍କ ଦୀର୍ଘାୟୁ ଜୀବନ ପାଇଁ ସେମାନେ କାମନା କରିବା ସହ କୋରୋନା ମୁକ୍ତ ଲାଗି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ପ୍ରକାଶ ଥାଉ କି ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜା ଅଗଷ୍ଟ 5ରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ଉଦ୍ଧବ ଠାକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି । ମହାରାଷ୍ଟ୍ରର 29ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିଥିଲେ । ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ସେ ଏହି ପଦବୀ ଗ୍ରହଣ କରିଥିଲେ । ମହା ବିକାଶ ଅଘାଡି ମେଣ୍ଟର ନେତା ଭାବେ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.