କୋଲକାତା: ପଶ୍ଚିମବଙ୍ଗର ନୀଳରତ୍ନ ସରକାର ମେଡିକାଲ କଲେଜରେ ଡାକ୍ତରଙ୍କୁ ମାରପିଟ ଘଟଣାରେ ବଙ୍ଗଠୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଡାକ୍ତରମାନେ ରାସ୍ତାକୁ ଓହ୍ଲାଇଛନ୍ତି ।
ଦେଶର ରାଜଧାନୀ ଦିଲ୍ଲୀରେ 14ଟି ବଡ ଡାକ୍ତରଖାନା ସମେତ 18ଟି ଡାକ୍ତରଖାନାରେ ଶନିବାର ଡାକ୍ତରମାନେ ଆନ୍ଦୋଳନ କରିବା ନେଇ ଘୋଷଣା କରିଛନ୍ତି । ଏହି ଆନ୍ଦୋଳନରେ 10 ହଜାରରୁ ଅଧିକ ଡାକ୍ତର ସାମିଲ ହେବେ ବୋଲି ଜଣାପଡ଼ିଛି ।
ଆନ୍ଦୋଳନନେଇ ଡାକ୍ତରମାନେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଲିଖିତ ସୂଚନା ଦେଇଛନ୍ତି । ଡାକ୍ତରମାନଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ରୋଗି ଅସୁବିଧାର ସାମ୍ନା କରିବା ଆଶଙ୍କା ରହିଛି । ଏହି ଆନ୍ଦୋଳନ ଫଳରେ ସାରା ଦେଶରେ ସ୍ବାସ୍ଥ୍ୟସେବା ଠପ୍ ହୋଇଯାଇଛି ।